fbpx

ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ; ରାତି ଅଧରେ ୫ ବର୍ଷ ଶିଶୁ ଉପରେ ଆକ୍ରମଣ, ଭୟରେ ଗ୍ରାମବାସୀ

ବହରାଇଚ୍‌: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ଅନେକ ଗାଁରେ ଗଧିଆ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମବାସୀ ଭୟରେ ଘରୁ ବାହାରୁ ନାହାଁନ୍ତି । ସୋମବାର ବିଳମ୍ବିତ ରାତିରେ ଜଣେ ୫ ବର୍ଷୀୟ ଶିଶୁ ଉପରେ ଗଧିଆ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହା ପରେ ତୁରନ୍ତ ଶିଶୁର ଚିକିତ୍ସା ପାଇଁ ସିଏଚସି ମହସିରେ ଭର୍ତ୍ତି କରାଯାଇଥିଲା ।

ସୂଚନାରୁ ପ୍ରକାଶ ବହରାଇଚରେ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଗାଁରେ ଗଧିଆ ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟରେ ଦିନ ବିତାଉଉନ୍ତି । ବନ ବିଭାଗ ପକ୍ଷରୁ ମଣିଷ ଖିଆ ଗଧିଆକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ ୪ଟି ଗଧିଆକୁ ଧରିବାରେ ସଫଳ ହୋଇଛି । ଅପରପକ୍ଷରେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ପାଖାପାଖି ଗୋଟିଏ ଦର୍ଜନ ଗଧିଆ ଗାଁରେ ଆରାମରେ ବୁଲୁଛନ୍ତି । ବହରାଇଚରେ ଗଧିଆ ଆତଙ୍କକୁ ଦୃଷ୍ଟିରେ ରଖି ବନ ବିଭାଗ ଡ୍ରୋନ୍ ମ୍ୟାପିଂ ମାଧ୍ୟମରେ ଗଧିଆଙ୍କ ଉପରେ କଡ଼ା ନଜର ରଖୁଛନ୍ତି । ଏହା ବ୍ୟତୀତ ୫ଟି ବନ ବିଭାଗ ଯଥା ବହରାଇଚ୍‌, କତର୍ନିଆଘାଟ ୱାଇଲ୍ଡ ଲାଇଫ୍‌, ଶ୍ରାବସ୍ତି, ଗୋଣ୍ଡା ଏବଂ ବାରାବଙ୍କିର ପ୍ରାୟ ୨୫ଟି ଟିମ୍ ଗଧିଆଙ୍କୁ ଧରିବାରେ ଜୁଟିଛନ୍ତି । ନିକଟରେ ଗଧିଆ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଥିଲା ।

 

Get real time updates directly on you device, subscribe now.