ନୂଆଦିଲ୍ଲୀ, ୬ା୩: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜଣେ ୭୪ ବର୍ଷିୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଅଧିକ ବୟସରେ ମହିଳା ଜଣକ ଛୁଆଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି । ମହିଳାଙ୍କର ଗର୍ଭଧାରଣ ପାଇଁ ୪ ଜଣ ଡାକ୍ତର ଅପରେସନରେ ସାମିଲ ଥିଲେ । ନେଲଲାପତିପୋଡ଼ୁ ଅଞ୍ଚଳରେ ରହୁଥିବା ଏହି ମହିଳା ବିବାହର ୫୭ ବର୍ଷ ପର୍ଯ୍ୟନ୍ତ ସନ୍ତାନହୀନ ଥିଲେ । ସନ୍ତାନଙ୍କୁ ପାଇବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ହରିୟାଣାର ଜଣେ ମହିଳା ୭୦ ବର୍ଷ ବୟସରେ ମାତୃତ୍ୱର ଅଧିକାରିଣୀ ହୋଇଥିଲେ ।
Prev Post