ବିଜନେସରେ ଘାଟା: ଆର୍ଥିକ ଅଭାବରୁ ପ୍ରଥମେ ଭଉଣୀକୁ ଜଳାଇ ଦେଲା ଭାଇ, ଶେଷରେ ନିଜେ ହାରିଲା ଜୀବନ

ଅଭାବ ସାଜିଲା ଦାଉ। ଭଉଣୀକୁ ଜଳାଇ ଘାଇକୁ ଡେଇଁଲା ଭାଇ। ଆର୍ଥିକ ସଙ୍କଟ ନେଇଗଲା ୨ ଜୀବନ।

ଉତ୍ତରାଖଣ୍ଡ: ପରସ୍ଥିତି ସବୁବେଳେ ଖରାପ ଯାଏନି। କେତେବେଳେ ଭଲ ତ କେତେବେଳେ ଖରାପ। ଏସବୁ ତ କହିବା କଥା ହେଲେ ଅଭାବ ଏପରି ଏକ ରୋଗ ଯାହାକୁ ଦୂର କରିବା ବୋଧେହୁଏ ସମସ୍ତଙ୍କ ପାଖରେ ସମ୍ଭବ ହୁଏନାହିଁ।

କିଏ ଧର୍ଯ୍ୟ ଧରି ଏଥିରୁ ବାହାରି ଯାଆନ୍ତି ତ ଅନ୍ୟ କିଏ ଏଥିରୁ ବାହାରିବାକୁ ଶେଷ ରାସ୍ତା ଜୀବନ ହାରି ଦିଅନ୍ତି ଏଭଳି କିଛି ଘଟଣା ଉତ୍ତରାଖଣ୍ଡରେ ଘଟିଛି।

ଚମୋଲି ଜିଲ୍ଲାର ତପୋବନ- ତପୋବନ ସୁଭାଇ ରାସ୍ତାରେ ରବିବାର ଦିନ ଜଳିଯାଇଥିବା କାରରେ ମହିଳାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। କର୍ଣ୍ଣାଟକର ଏହି କାରଟି ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।

ତଦନ୍ତ ସମୟରେ ପୋଲିସ ଏପରି କିଛି ସୁରାଗ ପାଇଛି ଯାହା ଶୁଣିଲେ ଆପଣଙ୍କ ମଧ୍ୟ ପାଦତଳୁ ମାଟି ଖସିଯିବ।ମହିଳାଙ୍କ ପୋଡ଼ା ମୃତଦେହ କାରରେ ଥିବା ବେଳେ କିଛି ଦୂରରେ ପଡ଼ିଥିଲା ତାଙ୍କ ଭାଇଙ୍କ ମୃତଦେହ। ମୃତ ଭାଇର ମଧ୍ୟ ହାତ ଜଳିଯାଇଛି। ଯୁବକ ଜଣଙ୍କ ପ୍ରଥମେ ମହିଳାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ଅଭାବ ଅନାଟନ ପାଇଁ ଏଭଳି ନିଷ୍ପତି ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଫରେନ୍ସି ଟିମ୍ ସହ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

୬ ଏପ୍ରିଲରେ ଜଳିଥିବାର କାର ଭିତରୁ ପୋଡ଼ା ମୃତଦେହ ଜବତ ହୋଇଥିବା ମହିଳା ହେଉଛନ୍ତି ସ୍ୱତା ପଦ୍ମା ସେନାପତି। ସେ ତାଙ୍କ ଭାଇ ସୁନିଲଙ୍କ ସହ ଢ଼ାକରେ ରହୁଥିଲେ।

ପାଞ୍ଚ ଏପ୍ରିଲରେ ସଂଧ୍ୟା ସମୟରେ ଭବିଷ୍ୟ ବଦରୀ ମନ୍ଦିରରେ ସେମାନଙ୍କୁ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଏହା ପରେ ଭାଇ ଭଉଣୀଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ମୃତଦେହ ମିଳିବା ପରେ ସୁନିଲଙ୍କୁ ଖୋଜିଥିଲା ପୋଲିସ।

ପୋଲିସ ତାଙ୍କ ଘର ବାଙ୍ଗାଲୁର ମଧ୍ୟ ଯାଇଥିବା ସୂଚନା ମିଳିଛି। ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନର ୪ଶହ ମିଟର ଦୂରରେ ପଡ଼ିଥିଲା ସୁନିଲଙ୍କ ମୃତାଦେହ।

ତଦନ୍ତରୁ ଜଣାପଡିଲା ଯେ ସେ ଦୁଇ ମାସ ଧରି ଘର ଭଡା ଦେଇ ନାହାଁନ୍ତି ସୁନିଲ। ତାଙ୍କର ଦୋକାନରେ ମଧ୍ୟ ଋଣ ଥିଲା। ସେ ଲୋକଙ୍କଠାରୁ ଟଙ୍କା ମଧ୍ୟ ଋଣ ନେଇଥିଲେ। ଆର୍ôଥକ ଅଭାବ ଯୋଗୁଁ ଶ୍ୱେତା ତାଙ୍କର ପାଉଞ୍ଜି ଏବଂ ମୋବାଇଲ୍ ମଧ୍ୟ ବିକ୍ରି କରିଥିଲେ।

ବାଙ୍ଗାଲୋର ଯାଇଥିବା ପୋଲିସ ଦଳ ତଦନ୍ତ ସମୟରେ ଜାଣିବାକୁ ପାଇଲା ଯେ ଉଭୟ ଭାଇଭଉଣୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପିତାମାତାଙ୍କ ପରେ, କୋଭିଡ୍ ସମୟରେ ଜଣେ ଭାଇ ମୃତ୍ୟୁବରଣ କରିଥିଲେ। ପ୍ରାୟ ୧୬ ବର୍ଷ ଧରି ତାଙ୍କର ତାଙ୍କ ସମ୍ପର୍କୀୟଙ୍କ ସହ କୌଣସି ଯୋଗାଯୋଗ ନଥିଲା। ତାଙ୍କର ଦୁଇଟି ପ୍ଲଟ୍ ଏବଂ

ଗୋଟିଏ ଘର ଥିଲା ଯାହାକୁ ସେ ପୂର୍ବରୁ ବିକ୍ରି କରିସାରିଥିଲେ। ଆର୍ଥିକ ଅଭାବରେ ଏପରି ସୁଝି ହେଉଥିଲେ କି ବାଧ୍ୟ ହୋଇ ଦୁନିଆକୁ ଛାଡ଼ିଦେବା ଶେଷ ରାସ୍ତା ବାଛିଥିଲେ ସୁନିଲ।