fbpx

ମ୍ୟାନ ହୋଲରେ ପଡିଗଲେ ଓମ୍ୟାନ: ଫୋନରେ କଥା ହୋଇ ଯିବା ବେଳେ ହେଲେ ଅପଦସ୍ତ

ମୋବାଇଲ ଫୋନ ଏବେ ସମସ୍ତଙ୍କୁ ବାଇଆ କରିଛି । ପିଲାରୁ ବୁଢା ସମସ୍ତେ ମୋବାଇଲ ପାଇଲେ ଯେମିତି ସ୍ୱର୍ଗ ପାଇ ଯାଉଛନ୍ତି । କିନ୍ତୁ ବେଳେବେଳେ ଏ ମୋବାଇଲ ଫୋନ ପାଇଁ ଆମେ କେତେ ଜାଗାରେ ଅସୁବିଧାରେ ପଡୁ ଆଉ ଅପଦସ୍ତ ବି ହେଉ । ତାର ଏକ ନମୁନା ଏବେ ଆପଣଙ୍କ ସାମନାରେ । ଏହି ଭିଡିଓ ସୋଶିଆଲ ମିଡିଆରେ ଏବେ ଲୋକଙ୍କ ହସିବାର କାରଣ ପାଲଟି ଯାଇଛି । ହେଲେ ମହିଳା ତାଙ୍କର ଗୋଟିଏ ଖରାପ ଅଭ୍ୟାସ ପାଇଁ ଏତେ ଲୋକଙ୍କ ଆଗରେ ଅପଦସ୍ତ ହୋଇଛନ୍ତି । ଦେଖନ୍ତୁ ଏହି ଭିଡିଓ । ମହିଳା ଜଣକ ଫୋନରେ କଥା ହେଇ ଯିବା ବାଟରେ ରାସ୍ତା ମଝିରେ ଥିବା ଏକ ମ୍ୟାନ ହୋଲରେ ଗଳି ପଡିଛନ୍ତି ।

ଗୁରୁଜନଙ୍କଠାରୁ ଆରମ୍ଭ କରି ଟ୍ରାଫିକ ପୋଲିସ ସମସ୍ତେ କହୁଛନ୍ତି ବାଟରେ ଯିବା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା କରାପ ଅଭ୍ୟାସ । କିନ୍ତୁ ଏ ମ୍ୟାଡମଙ୍କ ମନକୁ କଥାଟା ପାଇଲାନି । ସେ ଫୋନରେ କଥା ହେବାରେ ମସଗୁଲ ହୋଇ ରାସ୍ତାରେ ଯାଉଥିଲେ । ଫୋନରେ ଏତେ ସେ ମଜି ଯାଇଥିଲେ ଯେ, ରାସ୍ତା ମଝିରେ ଥିବା ଏତେ ବଡ ମ୍ୟାନ ହୋଲ ବି ତାଙ୍କୁ ନଜରରେ ପଡି ନଥିଲା । ବାସ ତାପରେ ଆଉ କଣ, ଯାହା ହବାର ଥିଲା ହେଲା । ଖୋଲା ମ୍ୟାନ ହୋଲ ଭିତରେ ପଡି ଯାଇଛନ୍ତି ଏହି ମହିଳା ଜଣକ ।

ତେବେ ଏଠାରେ ଉପସ୍ଥିତ କିଛି ଲୋକ ସେହି ମହିଳାଙ୍କୁ ଉଦ୍ଧାର କରି ନେଇଛନ୍ତି । କିନ୍ତୁ ଏହି ଘଟଣା ପରେ ମହିଳା ଜଣକ ବୁଝି ଯାଇଥିବେ ବାଟରେ ମୋବାଇଲର ବ୍ୟବହାର କରିବା କେତେ ମାରାତ୍ମକ ହୋଇପାରେ । ତେବେ ଏହି ଭିଡିଓ ହେଉଛି ପାଟଣାର ଏକ ଅଞ୍ଚଳର । ସମସ୍ତେ ଏହି ଘଟଣା ପାଇଁ ମହିଳାଙ୍କୁ ଦୋଷ ଦେଇ ଚାଲିଛନ୍ତି, କିନ୍ତୁ ବିନା କୌଣସି ସାଇନରେ ଏହି ମ୍ୟାନ ହୋଲ ଏମିତି ଖୋଲା ପଡିବା କେତେ ଦୂର ଠିକ ? ସେକଥା ମଧ୍ୟ ଆପଣ ଥରେ ବିଚାର କରିବା ଉଚିତ ।

Get real time updates directly on you device, subscribe now.