fbpx
BSKY SKY
BSKY SKY

ମହିଳା ଏକ ବର୍ଷରେ ମାଗଣାରେ ଭରିଛନ୍ତି ୨୨ ଲକ୍ଷ ଟଙ୍କାର ପେଟ୍ରୋଲ, ପମ୍ପରେ ତ୍ରୁଟିରୁ ଉଠାଇଥିଲେ ଫାଇଦା

BSKY

ନୂଆଦିଲ୍ଲୀ: କଥାରେ କୁହନ୍ତି ମାଗଣା ମିଳିଲେ ଲୋକେ ପେଟ୍ରୋଲ ବି ପିଇଯିବେ । ଏଠି ଏହି କଥାଟି ବାସ୍ତବରେ ପରିଣତ ହୋଇଛି । ଆମେରିକାରେ ରହୁଥିବା ଜଣେ ୪୫ ବର୍ଷୀୟା ମହିଳା ଗୋଟିଏ ଟଙ୍କା ବି ଖର୍ଚ୍ଚ ନ କରି ଏକ ବର୍ଷରେ ନିଜ ଗାଡିରେ ୨୨ ଲକ୍ଷ ଟଙ୍କାର ପେଟ୍ରୋଲ ଭରି ଦେଇଛନ୍ତି । ଡନ୍ ଥମ୍ପସନ୍ ଆମେରିକାର ନେବ୍ରାସ୍କା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ସଫ୍ଟୱେୟାରରେ ତ୍ରୁଟିର ଫାଇଦା ଉଠାଇ ନିଜ ଚାରିଚକିଆ ଗାଡିରେ ଦୈନିକ ପେଟ୍ରୋଲ ପକାଉଥିଲେ । ତେବେ ପେଟ୍ରୋଲ ପମ୍ପର ରେକର୍ଡରେ ତ୍ରୁଟି ବିଷୟରେ ଜଣା ପଡିବା ପରେ ମାଲିକ ଯାଞ୍ଚ ଆରମ୍ଭ କରିଥିଲେ । ଏଥିରେ ଡନ୍ ଥମ୍ପସନଙ୍କ କାରନାମା ବିଷୟରେ ଜଣାପଡିଥିଲା ।

ଡନ୍ ଥମ୍ପସନ ନେବ୍ରାସ୍କାର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନେବା ପାଇଁ ପ୍ରତିଦିନ ତାଙ୍କ ଲୟାଲିଟି କାର୍ଡ ବ୍ୟବହାର କରୁଥିଲେ । କିନ୍ତୁ ସେ ଜାଣି ନ ଥିଲେ ୨୦୨୨ରେ ପେଟ୍ରୋଲ ପମ୍ପରେ ଏକ ସଫ୍ଟୱେୟାର ଅପଡେଟ୍ ତାଙ୍କୁ ସାରା ଜୀବନ ପାଇଁ ମାଗଣା ପେଟ୍ରୋଲ ମିଳିଯିବ । ଅପଡେଟେଡ୍ ସଫ୍ଟୱେୟାରରେ ତ୍ରୁଟି କାରଣରୁ ତାଙ୍କୁ ଲୟାଲିଟି କାର୍ଡ ଧାରକଙ୍କୁ ପେଟ୍ରୋଲ ପମ୍ପରେ ନିଜ କାର୍ଡକୁ ପୁନଃ ସ୍ୱାଇପ୍ କରି ଡେମୋ ମୋଡ୍‌ରେ ସକ୍ରିୟ କରିବାକୁ ସୁଯୋଗ ମିଳି ଯାଇଥିଲା । ଏହାଦ୍ୱାରା ଡେମୋ ମୋଡ୍‌ରେ କରାଯାଇଥିବା ସମସ୍ତ କାରବାର ପାଇଁ କୌଣସି ଅର୍ଥ ଭରିବାକୁ ପଡି ନ ଥାଏ ।

ତେବେ ଡନ୍ ଥମ୍ପସନ ଜାଣିଶୁଣି ସୁଯୋଗର ଫାଇଦା ଉଠାଇଛନ୍ତି ଓ ମାଗଣାରେ ପେଟ୍ରୋଲ ପାଇବା ପାଇଁ ବାରମ୍ବାର ପେଟ୍ରୋଲ ପମ୍ପ ଯାଇଛନ୍ତି । ସେ ଏକ ବର୍ଷ ଭିତରେ ୫୧୦ ଥର ନିଜ ଟାଙ୍କି ଭରିଛନ୍ତି । ଯାଞ୍ଚ ପରେ ପୋଲିସ ଡନ୍ ଥମ୍ପସନଙ୍କୁ ଧରି ପଚରାଉଚୁରା କରିଥିଲା । ସେ କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ପୁରା ପଇସା ଭରିଦେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.