fbpx

ଚାକିରି ଆଶାୟୀଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ: ଦଶମ ପାସ୍ କରିଥିଲେ ନବୋଦୟ ବିଦ୍ୟାଳୟ ସମିତିରେ ମିଳିବ ଚାକିରି

ଓଡ଼ିଶା ଭାସ୍କର: ପୁଣି ଚାକିରି ଆଶାୟୀଙ୍କ ପାଇଁ ଆସିଛି ଆଉ ବଡ଼ ନିଯୁକ୍ତି ସୁଯୋଗ। ଗୋଟିଏ ନୁହେଁ କିମ୍ବା ୨ଟି ନୁହେଁ ଏକାବେଳେ ୧୩୭୭ଟି ପଦବୀ ପୂରଣ ପାଇଁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ମାଧ୍ୟମରେ ଅଣ-ଶିକ୍ଷଣ କ୍ଷେତ୍ରରେ ଗ୍ରୁପ୍-ବି, ଗ୍ରୁପ୍-ସି ବିଭାଗରେ ବିଭିନ୍ନ ପଦବୀ ପୂରଣ ହେବ।

ସୂଚନା ଅନୁସାରେ, ନବୋଦୟ ବିଦ୍ୟାଳୟ ସମିତି(NVS)ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇନାହିଁ। ଅପଡେଟ୍ ଜାଣିବା ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପଡିବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NVSର ଅଫିସିଆଲ୍ ୱେବସାଇଟ୍ navodaya.gov.in.କୁ ଯାଇ ଅନ୍‌ଲାଇନ୍ ଆବେଦନ ଓ ଅନ୍ୟାନ ତଥ୍ୟ ଯାଞ୍ଚ କରିପାରିବେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୩୭୭ଟି ପଦବୀ ପୂରଣ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସେଥିମଧ୍ୟରେ ଜୁନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA), ଷ୍ଟେନୋଗ୍ରାଫର, ଷ୍ଟାଫ୍ ନର୍ସ, ASO, ଅଡିଟ୍ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର, କ୍ୟାଟରିଂ ସୁପରଭାଇଜର, ମେସ୍ ହେଲ୍‌ପର୍‌, ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS)ଭଳି ଅନେକ ପଦବୀ ରହିଛି। ତେବେ ଏହି ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ରହିଛି। BSc ଅନର୍ସ ସହିତ ନର୍ସିଂ କୋର୍ସ, ବ୍ୟାଚଲର୍ ଡିଗ୍ରୀ, B.Com, ଦଶମ ଆଦି ଶିକ୍ଷାଗତ ଯୋଗ୍ୟତା ରହିଥିବା ଆବଶ୍ୟକ। ସେହିପରି ଆବେଦନ ପାଇଁ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଦରକାର।

କେଉଁଥି ପାଇଁ କେତୋଟି ପଦବୀ ଖାଲି ରହିଛି?

  • ମହିଳା ଷ୍ଟାଫ୍ ନର୍ସ ପାଇଁ ୧୨୧ଟି ପଦବୀ ଖାଲି ରହିଛି ।
  • ସହକାରୀ ବିଭାଗୀୟ ଅଧିକାରୀ ପାଇଁ ୫ଟି ପଦବୀ ଖାଲି ରହିଛି।
  • ଅଡିଟ୍ ଆସିଷ୍ଟାଣ୍ଟ ପାଇଁ ୧୨ଟି ପଦବୀ ଖାଲି ରହିଛି।
  • ଜୁନିଅର ଟ୍ରାନ୍ସଲେସନ ଅଫିସର୍ ପାଇଁ ୪ଟି ପଦବୀ ଖାଲି ରହିଛି ।
  • ଷ୍ଟେନୋଗ୍ରାଫର୍ ପାଇଁ ୨୩ଟି ପଦବୀ ଖାଲି ରହିଛି ।
  • କମ୍ପ୍ୟୁଟର ଅପରେଟର ପାଇଁ ୨ଟି ପଦବୀ ଖାଲି ରହିଛି ।
  • କ୍ୟାଟରିଂ ସୁପରଭାଇଜର ପାଇଁ ୭୮ଟି ପଦବୀ ଖାଲି ରହିଛି ।
  • ଜୁନିଅର୍‌ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ପାଇଁ ୩୮୧ଟି ପଦବୀ ଖାଲି ରହିଛି ।
  • ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର ପାଇଁ ୧୨୮ଟି ପଦବୀ ଖାଲି ରହିଛି ।
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ ପାଇଁ ୧୬୧ଟି ପଦବୀ ଖାଲି ରହିଛି ।
  • ମେସ୍ ହେଲ୍‌ପର୍‌ ପାଇଁ ୪୪୨ଟି ପଦବୀ ଖାଲି ରହିଛି ।
  • MTS ପାଇଁ ୧୯ଟି ପଦବୀ ଖାଲି ରହିଛି ।

ଆବେଦନ ଶୁଳ୍କ:-

  • ମହିଳା ଷ୍ଟାଫ ନର୍ସ – ସବୁ ବର୍ଗ ପାଇଁ ୧୫୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା ।
  • ଅନ୍ୟାନ୍ୟ ପଦବୀ ପାଇଁ – ସବୁ ବର୍ଗ ପାଇଁ ୧୦୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା ।

 

Get real time updates directly on you device, subscribe now.