fbpx

ସିବିଏସଇ ପକ୍ଷରୁ ଆବେଦନ ଆରମ୍ଭ: ପୂରଣ ହେବ ସହକାରୀ ସଚିବ, ଆକାଉଣ୍ଟସ ଅଫିସର, ଅନୁବାଦକ ଅଫିସର ଓ ଆକାଉଣ୍ଟାଣ୍ଟ ପଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆକାଡେମିକ୍ସ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଦକ୍ଷତା ଶିକ୍ଷା), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଟ୍ରେନିଂ), ଆକାଉଣ୍ଟସ ଅଫିସର, ଜୁନିୟର ଇଞ୍ଜିନିୟର, ଜୁନିୟର ଅନୁବାଦକ ଅଫିସର, ଆକାଉଣ୍ଟାଣ୍ଟ ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୧୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏପ୍ରିଲ ମାସ ୧୧ରେ ତାହା ପ୍ତ ହେବ । ପୂର୍ବରୁ ସିବିଏସଇ ପକ୍ଷରୁ ଏକ ଶର୍ଟ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହା ମଧ୍ୟରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ ୧୧୮ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ଏନସିଏଲ, ଆର୍ଥିକ ଦୁବର୍ଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅଣସଂରକ୍ଷିତ ବର୍ଗ ପାଇଁ ପଦ ସଂରକ୍ଷିତ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ-୧: https://examinationservices.nic.in/recSys24/Root/Home.aspx?enc=Ei4cajBkK1gZSfgr53ImFSuabJtfdyH7GsL2cij2dPJ8+D+k8xnJv/WfDm6TuSp0

ଅନଲାଇନ୍ ଆବେଦନ ଲିଙ୍କ-୨: https://examinationservices.nic.in/recSys24/Root/Home.aspx?enc=Ei4cajBkK1gZSfgr53ImFfKGju2gtoTJoYhiZSrdzqv/29O8/RxjYdcm1xkclSQX

ବିଜ୍ଞପ୍ତି ଲିଙ୍କ: https://www.cbse.gov.in/cbsenew/documents/Vacancy_Notification_CTET_05032024.pdf

Get real time updates directly on you device, subscribe now.