fbpx
BSKY SKY
BSKY SKY

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୂର୍ବ CM ଭୁପେଶ ବଘେଲଙ୍କ ବିରୋଧରେ FIR, ମହାଦେବ ବେଟିଂ ଆପ୍ ଯୋଗୁଁ ବଢ଼ିଲା ସମସ୍ୟା

BSKY

ରାୟପୁର : ଛତିଶଗଡର ପୂର୍ବତନ ସିଏମ ଭୁପେଶ ବଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମହାଦେବ ବେଟିଂ ଆପ୍, ଠକେଇ, ବିଶ୍ୱାସଘାତ, ଜାଲିଆତି ଏବଂ ଅନ୍ୟାନ୍ୟ ମାମଲାରେ ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଛି ।

ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୧ ଅନୁଯାୟୀ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ଅସୁବିଧାରେ ପୂର୍ବତନ ସିଏମ ବଘେଲ :-

ମହାଦେବ ବେଟିଂ ଆପ୍ ମାମଲାରେ ଏଫଆଇଆର୍ ପଞ୍ଜୀକୃତ ହେବା ମାତ୍ରେ ପୂର୍ବତନ ସିଏମ୍ ଭୁପେଶ ବଘେଲଙ୍କ ସମସ୍ୟା ବଢ଼ିଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ରୁଜୁ ହୋଇଥିବା ଏହି ଏଫଆଇଆରର ପରିଣାମ ତାଙ୍କୁ ନିର୍ବାଚନରେ ଭୋଗିବାକୁ ପଡ଼ିପାରେ ।

ତେବେ ଭୁପେଶ ଏହି ପ୍ରସଙ୍ଗରେ ଇଡିଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଦାବି କରୁଛନ୍ତି କି ସେ ଏହି ମହାଦେବ ଆପର ମାଲିକ, ତାଙ୍କୁ ଇଡି ମ୍ୟାନେଜର ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ମାସ ମାସ ଧରି ଅନୁସନ୍ଧାନ କରୁଥିବା ଇଡି ଏହା ମଧ୍ୟ ଜାଣି ନାହିଁ । ସେ କହିଛନ୍ତି ଯେ ଛତିଶଗଡର ଲୋକମାନେ ସବୁକିଛି ବୁଝୁୁଛନ୍ତି । ନିର୍ବାଚନରେ ବିଜେପି ଏବଂ ଇଡି ଉପଯୁକ୍ତ ଜବାବ ପାଇବେ ।

Get real time updates directly on you device, subscribe now.