ଏକାଥରେ ଜନ୍ମ ଦେଲେ ୪ ଶିଶୁ, ଆଠ ବର୍ଷ ସନ୍ତାନ ଲାଗି ବିକଳ ହେଉଥିଲେ ମହିଳା
ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ହେଉନଥିଲା । ଫଳରେ ମହିଳା ଜଣଙ୍କ ପିଲାଟେ ପାଇଁ ବିକଳ ହେଉଥିଲେ । ହେଲେ କଥାରେ ଅଛି- ଭଗବାନ ଯେବେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି । ଠିକ୍ ସେହିପରି ସମ୍ପୃକ୍ତ ମହିଳା ୪ ସନ୍ତାନର ଜନନୀ ହୋଇଛନ୍ତି ।
ସମ୍ପୃକ୍ତ ମହିଳା ଜନ୍ମ ଦେଇଛନ୍ତି ଚାରି ସନ୍ତାନଙ୍କୁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମା ଏବଂ ସନ୍ତାନ ସୁସ୍ଥ ଥିବା ନେଇ କୁହାଯାଇଛି । ସୂଚନା ଅନୁଯାୟୀ, ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ନହେବା କାରଣରୁ ଚିନ୍ତିତ ଥିଲେ ଦମ୍ପତ୍ତି । ଆଠ ବର୍ଷ ଧରି ଅନେକ ଚିକିତ୍ସା କରାଇଥିଲେ ବି କିଛି ଫାଇଦା ହୋଇନଥିଲା ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ଆଇଭିଏଫ ପ୍ରକ୍ରିୟାର ସାହାଯ୍ୟ ନେଇ ମହିଳା ୪ ନବଜାତଙ୍କୁ ଜନ୍ମ ଦେଇଛନ୍ତି ।
ହସ୍ପିଟାଲର ଜଣେ ପ୍ରବକ୍ତା କହିଛନ୍ତି ୩୨ ବର୍ଷୀୟ ମହିଳା ତିନି ପୁତ୍ର ଏବଂ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗାଜିୟାବାଦର ଏହି ଦମ୍ପତ୍ତି ଆଠ ବର୍ଷ ହେବ ସନ୍ତାନ ନହେବା କାରଣରୁ ଅନେକ ଚିକିତ୍ସା ମଧ୍ୟ କରିଥିଲେ । ଆଇଭିଏଫ କ୍ଲିନିକର ଡାକ୍ତର କହିଛନ୍ତି ମହିଳା ଏବଂ ତାଙ୍କୂ ସ୍ୱାମୀ ସନ୍ତାନ ହେବାର ଆଶା ଛାଡ଼ିଦେଇଥିଲେ । ଆଇଭିଏଫ ଟେକନିକର ପ୍ରକିୟା ଆରମ୍ଭ କରାଯାଇଥିଲା । ପ୍ରକ୍ରିୟାର ୩୩ ସପ୍ତାହ ପରେ ମହିଳା ଚାରି ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।