fbpx

୭୦ ବର୍ଷ ବୟସରେ ପ୍ରଥମଥର ପାଇଁ ମା’ ହେଲେ ମହିଳା, ଜାଣନ୍ତୁ କିପରି?

ଅହମ୍ମଦାବାଦ: ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ମାମଲା ଦେଖିବାକୁ ମିଳୁଛି । କିଛି ଘଟଣାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇଥାଏ । ସେହିପରି ଗୁଜରାଟରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ୭୦ ବର୍ଷୀୟା ଜଣେ ମହିଳା ପ୍ରଥମଥର ପାଇଁ ମା’ ହୋଇଛନ୍ତି । ଜେଜେ ମା ହେବା ବୟସରେ ସେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଏହି ମହିଳାଙ୍କ ନାଁ ଜିଭୁବେନ୍ ଭଲଭାଇ ରବାରୀ ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ । ପେଶାରେ କ୍ଷୀର ବିକ୍ରି କରୁଥିବା ଏହି ଦମ୍ପତ୍ତି ୪୫ ବର୍ଷ ଧରି ପିଲା ଜନ୍ମ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳ ହୋଇନଥିଲେ । ଜିଭୁବେନ୍ ଓ ତାଙ୍କ ସ୍ୱାମୀ ଅନେକ ଚେଷ୍ଟା ପରେ କୌଣସି ଫାଇଦା ହୋଇନଥିଲା । କିନ୍ତୁ ଜିଭୁବେନ୍ ହାର ମାନିନଥିଲେ ଓ ୭୦ ବର୍ଷ ବୟସରେ ମା ହୋଇ ଦେଖାଇଲେ ।

ରିପୋର୍ଟ ଅନୁସାରେ, ଏହି ଦମ୍ପତ୍ତି କିଛି ସମୟ ପୂର୍ବରୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲେ । ଆଇଭିଏଫ୍ ମାଧ୍ୟମରେ ଏକ ଶିଶୁକୁ କିପରି ଗର୍ଭଧାରଣ କରାଯିବ ବୋଲି ଡାକ୍ତର ତାଙ୍କୁ କହିଥିଲେ । କିନ୍ତୁ ଜିଭୁବେନଙ୍କ ବୟସ ଏଥିରେ ସବୁଠାରୁ ବଡ ବିଧା ସୃଷ୍ଟି କରୁଥିଲା । ସେ ଶିଶୁ ପାଇଁ ଡାକ୍ତର ନରେଶ ଭାନୁଶାଲିଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଡାକ୍ତର ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । କିନ୍ତୁ ଜିଭୁବେନ୍ ଜିଦ୍ ଧରିଥିଲେ । ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ପ୍ରଥମେ ଇଞ୍ଜେକ୍ସନ ଦେଇ ଜିଭୁବେନଙ୍କ ପିରିୟଡ୍ ଆରମ୍ଭ କରାଯାଇଥିଲା । ତା’ପରେ ଗର୍ଭାଶୟ ବୃଦ୍ଧି କରାଯାଇଥିଲା । ଏହା ପରେ ଡାକ୍ତରମାନେ ତାଙ୍କ ଗର୍ଭାଶୟରେ ଭ୍ରୁଣ ରଖିଥିଲେ । ୧୫ ଦିନ ପରେ ପରୀକ୍ଷା ପରିବା ପରେ ଜଣାପଡିଲା ଯେ ଜିଭୁବେନ୍ ଗର୍ଭବତୀ ଅଛନ୍ତି । ତଥାପି ତାଙ୍କୁ ଗର୍ଭାବସ୍ଥାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବ୍ଲ୍ରଡ଼ ପ୍ରେସର ହାଇ ହେବାରୁ ୮ମାସରେ ହିଁ ଡେଲିଭରୀ କରିବାକୁ ପଡିଲା । ଏବେ ଉଭୟ ଜିଭୁୁବେନ୍ ଓ ତାଙ୍କ ଶିଶୁପୁତ୍ର ସୁସ୍ଥ ଅଛନ୍ତି ଓ ଏହି ବିଷୟ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ଡାକ୍ତରମାନେ ମଧ୍ୟ ଏହି ମାମଲାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.