fbpx

ଆଣ୍ଟି ଏଇଟା ନଖ ନା ଗୁଡ଼ି ସୂତା: ମହିଳା ୨୫ ବର୍ଷ ହେଲା ନିଜ ନଖ କାଟିଲେନି, ଲମ୍ବ ଏବେ ୪୨ ଫୁଟ ହୋଇଗଲାଣି

ନୂଆଦିଲ୍ଲୀ: କିଛି ଲୋକ ରେକର୍ଡ କରିବା ନିଶାରେ କିଛି ଅଦ୍ଭୂତ କାର୍ଯ୍ୟ କରିଥାନ୍ତି । ଏପରି ଭାବେ ଜଣେ ମହିଳା ୨୫ ବର୍ଷ ଧରି ନିଜର ନଖ କାଟିନାହାନ୍ତି । ଫଳରେ ତାହା ଲମ୍ବି ଲମ୍ବି ଏବେ ୪୨ ଫୁଟ ୧୦ ଇଞ୍ଚରେ ପହଞ୍ଚିଗଲାଣି । ୬୩ ବର୍ଷୀୟ ଡାୟନା ଆର୍ମଷ୍ଟ୍ରଙ୍ଗ ନିଜର ଦୀର୍ଘ ନଖ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ତେବେ ଡାୟନା ନଖ ନ କାଟିବା ପଛରେ ଏକ କାହାଣୀ ରହିଛି ।

ଆମେରିକାରେ ମିନେସୋଟାରେ ରହୁଥିବା ଡାୟନା ଦୀର୍ଘ ୨୫ ବର୍ଷ ହେଲା ନିଜର ନଖ କାଟି ନାହାନ୍ତି । ତେବେ ନଖ ନ କାଟିବା କାରଣରୁ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡ଼ିଛି । ସେ ଠିକରେ ଡ୍ରାଇଭିଂ କରିପାରି ନଥିଲେ କି ସେଲୁନ୍ ମଧ୍ୟ ଯାଇ ପାରୁ ନଥିଲେ । ଡାୟନା ଯେତେବେଳେ ଛୋଟ ଥିଲେ ସେ ସମୟରେ ସେ ଲମ୍ବା ନଖ ରଖୁଥିଲେ । ଲମ୍ବା ନଖ ରଖିବାର ରହସ୍ୟ ବିଷୟରେ ଦିନେ ସେ ତାଙ୍କ ସନ୍ତାନଙ୍କୁ କହିଦେଇଥିଲେ ।

ପ୍ରତ୍ୟେକ ସାପ୍ତାହିକ ଛୁଟିଦିନରେ ଡାୟନାଙ୍କ ନଖର ମାନିକ୍ୟୁର ତାଙ୍କ ଝିଅ ଲାଥିଶା କରୁଥିଲେ । ମାତ୍ର ୧୯୯୭ରେ ଆସ୍ଥମା ଆଟାକରେ ମାତ୍ର ୧୬ ବର୍ଷ ବୟସରେ ତାଙ୍କର ଝିଅ ମୃତ୍ୟୁବରଣ କରିଥିଲେ । ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ଡାୟନା ନିଜ ନଖ ସଫା କରିଥିଲେ । ଲାଥିଶାଙ୍କ ମୃତ୍ୟୁ ପରେ ଡାୟନା ନିଜର ନଖ କାଟିବା ବନ୍ଦ କରିଦେଇଥିଲେ । ଏବେ ଡାୟନା ତାଙ୍କର ଲମ୍ବା ନଖ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.