fbpx

ଗର୍ଭବତୀ ହେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା: ସ୍ୱାମୀଙ୍କୁ ପାରୋଲରେ ଛାଡ଼ିବାକୁ ମାଗିଲେ ଅନୁମତି

Advertisement

ଗର୍ଭବତୀ ହେବା ପାଇଁ କୋର୍ଟରେ ଆବେଦନ କଲେ ମହିଳା । ଗର୍ଭଧାରଣ ପାଇଁ ଜେଲରେ ସଜା କାଟୁଥିବା ସ୍ୱାମୀଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀ କଲେ ଅନୁରୋଧ । ଜୋଧପୁର-ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କ ପତ୍ନୀ ରାଜସ୍ଥାନ ହାଇକୋର୍ଟରେ ଗର୍ଭଧାରଣ କରିବା ପାଇଁ ଯାଚିକା ଦାୟର କରିଛନ୍ତି । କଏଦୀଙ୍କ ପତ୍ନୀ ହାଇକୋର୍ଟଙ୍କୁ ନିଜ ସ୍ୱାମୀଙ୍କୁ ୧୫ ଦିନ ପାଇଁ ପାରୋଲରେ ଛାଡ଼ିବାକୁ ଅନୁରୋଧ କରିଛନ୍ତି । ଏହାରି ମଧ୍ୟରେ ହାଇକୋର୍ଟ ମହିଳାଙ୍କ ଯାଚିକାକୁ ସ୍ୱୀକାର କରି ଜେଲରେ ବନ୍ଦୀଥିବା କଏଦୀକୁ ସସର୍ତ୍ତ ପାରୋଲରେ ଯିବାକୁ ଆଦେଶ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଆଜମେର ସେଣ୍ଟ୍ରାଲ ଜେଲରେ ଆଜୀବନ ସଜା କାଟୁଥିବା ନନ୍ଦଲାଲଙ୍କ ପତ୍ନୀ ରାଜସ୍ଥାନ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ ଏବଂ ଗର୍ଭଧାରଣ କରିବାକୁ ଚାହୁଥିବାରୁ ତାଙ୍କ ସ୍ୱାମୀଙ୍କୁ  ୧୫ ଦିନ ପାଇଁ ପାରୋଲରେ ଜେଲରୁ ଛାଡ଼ିବାକୁ ଦାବି କରିଥିଲେ । ଯାଚିକାରେ ସେ କହିଥିଲେ ଯେ ବଂଶକୁ ଆଗକୁ ବଢ଼ାଇବାକୁ ଚାହୁଛନ୍ତି, ଏହାପରେ ଆଜମେର ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ତାଙ୍କ ପତିଙ୍କୁ ୧୫ ଦିନ ପାଇଁ ପାରୋଲରେ ମିଳିଛି । ନନ୍ଦଲାଲଙ୍କ ପତ୍ନୀ ଏହା ପୂର୍ବରୁ ତଳ କୋର୍ଟରେ ଆବେଦନ କରିଥିଲେ ବି ତାଙ୍କୁ କୌଣସି ଫଳ ମିଳିନଥିଲା । ଯାହାପରେ ସେ ଜୋଧପୁର ହାଇକୋର୍ଟରେ ଯାଚିକା ଦାୟର କରି ବଂଶ ବଢ଼ାଇବାକୁ ନେଇ ୧୫ ଦିନ ପାରୋଲ ମାଗିଥିଲେ ।

ହାଇକୋର୍ଟ ବିଚାରପତି ସନ୍ଦୀପ ମେହତା ଏବଂ ଫରଜନ୍ଦ ଅଲ୍ଲୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ସର୍ତ୍ତମୂଳକ ପାରୋଲ ପାଇଁ ଅନୁମତି ଦେଇଛନ୍ତି । ଏହି ମାମଲାରେ ଶୁଣାଣି କରି ଜଷ୍ଟିସ ଫରଜନ୍ଦ ଅଲୀ କହିଥିଲେ ଯେ ମାମଲା ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ହିନ୍ଦୁ ଦର୍ଶନ ଅନୁଯାୟୀ ଗର୍ଭଧାରଣ କରିବା ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ସେ କହିଥିଲେ ଯେ ସବୁ ଧର୍ମରେ ବଂଶ ସଂରକ୍ଷଣ ନେଇ ଉଲ୍ଳେଖ ରହିଛି ।

Get real time updates directly on you device, subscribe now.