fbpx

ଚାରି ଡୋଜ୍ ଟିକା ନେଇ ମଧ୍ୟ କରୋନା ସଂକ୍ରମିତ ହେଲେ ମହିଳା, ନାହିଁ କୌଣସି ଲକ୍ଷଣ

ଇନ୍ଦୋର: ଦୁଇଟି ଅଲଗା ଟିକାର ମୋଟ ଚାରି ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇଛନ୍ତି ମହିଳା । ଦୁବାଇରେ ରହୁଥିବା ଜଣେ ୪୪ ବର୍ଷୀୟ ମହିଳା ବିମାନବନ୍ଦରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ ଏୟାର ଇଣ୍ଡିୟାର ଇନ୍ଦୋର-ଦୁବାଇ ଫ୍ଲାଇଟ୍ ରେ ଯାତ୍ରା କରିବାକୁ ରୋକି ଦିଆଯାଇଛି । ତାଙ୍କୁ ଏବେ ଏକ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଡା. ପ୍ରିୟଙ୍କା କୌରବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଇନ୍ଦୋର-ଦୁବାଇର ସାପ୍ତାହିକ ଫ୍ଲାଇଟର ପ୍ରତିଟି ଯାତ୍ରୀଙ୍କର ବିମାନବନ୍ଦରରେ ରାପିଡ୍ ଆରଟି ପିସିଆର୍ ଟେଷ୍ଟ କରାଯାଇଥିଲା । ଏହି ପ୍ରକ୍ରିୟାରେ ବୁଧବାର ଦିନ ୮୯ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେଥିରେ ସାମିଲ ଥିବା ୪୪ ବର୍ଷୀୟା ମହିଳା ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ନିକଟରେ ସେ ନିଜ ଦିଅରଙ୍କ ବିବାହରେ ସାମିଲ ହେବାକୁ ଭାରତ ଆସିଥିଲେ ।

ତେବେ ଏହି ମହିଳା ଜଣକ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ସିନୋଫାର୍ମ ଓ ଫାଇଜର୍ ର ଦୁଇଟି-ଦୁଇଟି ଲେଖାଏଁ ଚାରିଟି ଡୋଜ୍ ଟିକା ନେଇସାରିଛନ୍ତି । ଏହାପରେ ବି ସେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

Get real time updates directly on you device, subscribe now.