ୟୁଟ୍ୟୁବରୁ ଶିଖିଲେ; କାନରେ ଢାଳିଲେ ଘାଷ ମରା ଔଷଧ, ପ୍ରେମିକ ସହ ମିଶି ଏମିତି କଲେ ସ୍ବାମୀର ହତ୍ୟା…
YouTube ରୁ ଶିଖି ସ୍ବାମୀକୁ କଲେ ହତ୍ୟା । ତେଲେଙ୍ଗାନାରେ ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ହାଇଦ୍ରାବାଦ: ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର କରିମନଗରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଲା, ଏହି ହତ୍ୟାର ମାଧ୍ୟମ ସାଜିଲା YouTube । ମହିଳା ଜଣକ YouTube ରୁ ସିଖି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।
ସୂଚନାମୁତାବକ ମୃତକ, କରିମନଗରର କିସନନଗର ନିବାସୀ ଆଇଲାଭେନି ସମ୍ପଥ (୪୫), ଜିଲ୍ଲା ପାଠାଗାରରେ ଝାଡ଼ୁଦାର ଭାବରେ କାମ କରୁଥିଲେ। ସେ ତାଙ୍କ ସ୍ତ୍ରୀ ରମାଦେବୀ ଏବଂ ତାଙ୍କ ପୁଅ ସହିତ ରହୁଥିଲେ। ପୋଲିସ ସୂଚନା ଅନୁଯାୟୀ, ମୃତକ ବ୍ୟକ୍ତି ପ୍ରତିଦିନ ମଦ ପିଇ ତାଙ୍କ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେଉଥିଲେ।
ଏଥିରେ ଅତିଷ୍ଠ ହୋଇ ଆଠ ମାସ ପୂର୍ବରୁ, ରମାଦେବୀ କିସନନଗର ନିବାସୀ କାରେ ରାଜୈୟାଙ୍କୁ ଭେଟିଥିଲେ ଏବଂ ତାଙ୍କ ସହିତ ସମ୍ପର୍କ ରଖିଥିଲେ। ତା’ପରେ ସେମାନେ ସମ୍ପଥଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।
ଅଧିକାରୀଙ୍କ ଅନୁଯାୟୀ, କରିମନଗରରେ ରେଳବାଇ କୁଲି ଭାବରେ କାମ କରୁଥିବା ରାଜୈୟା ଜୁଲାଇ 29 ତାରିଖରେ ବୋମକ୍କଲ୍ ରେଳ ଟ୍ରାକ୍ ନିକଟରେ ସମ୍ପତଙ୍କୁ ମଦ ପିଇବା ପାଇଁ ନିମନ୍ତ୍ରଣ କରିଥିଲେ। ସମ୍ପତ ନିଶା ହେବା ପରେ ରାଜୈୟା ରମାଦେବୀଙ୍କୁ ଡାକି ସମ୍ପତଙ୍କ କାନରେ “grass medicine” ବା ଘାଷ ମରା ଔଷଧ ପକାଇଥିଲେ । ଫଳରେ ଏହି କେମିକାଲ ସମ୍ପତଙ୍କ ମୁଣ୍ଡକୁ ଚଢିବା ଯୋଗୁଁ ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ତେବେ ଅଗଷ୍ଟ 2 ତାରିଖରେ, ଟ୍ରାକ୍ ନିକଟରେ ମୃତଦେହ ପାଇ ପୋଲିସକୁ ସୂଚନା ଦେଇଥିଲେ ପରିବାର। ଏହାପରେ, ସମ୍ପତଙ୍କ ପୁଅ ତାଙ୍କ ପିତାଙ୍କ ମୃତ୍ୟୁକୁ ସନ୍ଦେହ କରି ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲେ।
ରମାଦେବୀଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା । ପଚରାଉଚରା ସମୟରେ, ରମାଦେବୀ ତାଙ୍କ ଅପରାଧ ସ୍ୱୀକାର କରିଥିଲେ । ରାଜୈୟା ଏବଂ ତାଙ୍କ ବନ୍ଧୁ କୀସାରି ଶ୍ରୀନିବାସଙ୍କ ସହିତ ମିଶି ସେ ଏହି ଅପରାଧ କରିଥିବା ସ୍ବୀକାର କରିଥିଲେ ।
ସବୁଠାରୁ ବଡ଼ କଥା ହେଉଛି ରମାଦେବୀ, ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ YouTube ରୁ ସିଖିଥିଲେ । ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି ।