ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ପୁଅକୁ ଖଣ୍ଡ ଖଣ୍ଡ କାଟି କେନାଲରେ ଭସାଇଦେଲା ମାଆ । ଜଣେ ଜନ୍ମଦାତ୍ରୀ ବି ଏଭଳି କାଣ୍ଡ କରିପାରେ ଏହା ଭାବିବା ବି କଷ୍ଟକର ହୋଇପଡୁଛି ।
ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ୫୭ ବର୍ଷୀୟା ମହିଳା ଲକ୍ଷ୍ମୀ ନିଜର 35 ବର୍ଷୀୟ ପୁଅ କେ ଶ୍ୟାମ ପ୍ରସାଦଙ୍କୁ ହତ୍ୟା କରିଛନ୍ତି । ଏକ ଧାରୁଆ ଅସ୍ତ୍ରରେ ନିଜ ପୁଅକୁ ମାରି ଦେଇଥିଲା ।
ହତ୍ୟା ପରେ ତା’ର ଶବକୁ ୫ ଖଣ୍ଡ କରି ତିନୋଟି ବସ୍ତାରେ ଭର୍ତ୍ତି କରିଥିଲେ । ଏହାପରେ ଘରୁ ଅଳ୍ପ ଦୂରରେ ରହିଥିବା ଏକ କେନାଲରେ ଭସାଇ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛିି ।
ତେବେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ ମା ବର୍ତ୍ତମାନ ଫେରାର ରହିଛି । ପୋଲିସକୁ ସୂଚନା ମିଳିଛି ଯେ, ପୁଅର ଚରିତ୍ର ଆଦୌ ଭଲ ନଥିଲା । 35 ବର୍ଷ ହୋଇଥିଲେ ହେଁ ବର୍ତ୍ତମାନ ଯାଏଁ ବିବାହ କରିନଥିଲେ ।
ଯେତେବେଳେ ନିଜ ମାଉସୀକୁ ଦୁଷ୍କର୍ମ କରିବା ପାଇଁ ଯାଇଥିଲେ ଏହା ଶୁଣି ମା ଅଧିକ କ୍ରୋଧିତ ହୋଇଯାଇଥିଲେ । ପୁଅକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ସୁଯୋଗ ଦେଖି ପୁଅକୁ ଟାଙ୍ଗିଆରେ ହାଣି ଦେଇଥିଲେ ।