fbpx

(Video) ବୋହୂ ବେଡରୁମରେ ପଶିଥିଲା ପ୍ରେମିକ: ଏତିକି ବେଳେ ଦେଖିନେଲା ଦିଅର…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ ସେତିକି ବଦଳୁଛି, ସେହି ଅନୁସାରେ ପ୍ରେମ, ପ୍ରତାରଣା, ହତ୍ୟା ଆଦି ମାମଲା ବଢ଼ିବାରେ ଲାଗିଛି । ଆଜିକାଲିର ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରୀତି ସତେ ଯେମିତି ଏକ ସାଧାରଣ କଥା ପାଲଟି ଗଲାଣି । ନିକଟରେ ପରକୀୟା ପ୍ରୀତି କାରଣରୁ ଜଣେ ବିବାହିତ ମହିଳା ପ୍ରାଣ ହାରିଛନ୍ତି । ଉକ୍ତ ମହିଳା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ଖରାପ ସମ୍ପର୍କରେ ରହିଥିବା ନେଇ ତାଙ୍କ ଶାଶୂଘର ଲୋକେ ଅଭିଯୋଗ ଆଣିଥିଲେ ।

ସୂଚନା ମୁତାବକ, ଧାମନଗର ଥାନା ଅଞ୍ଚଳରୁ ଏହି ଘଟଣାଟି ଆସିଛି । ସୋହାଡ଼ା ପଞ୍ଚାୟତର ରଣା ସାହିର ନିରଞ୍ଜନ ସାହୁ ୪ ବର୍ଷ ତଳେ ଯାଜପୁର ଜିଲ୍ଲା ବାରୁଣେଶ୍ୱର ଅଞ୍ଚଳର ଧୂମାଳି ଜୋତିଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ନିରଞ୍ଜନ ଓ ଧୂମାଳିଙ୍କ ଏକ ୨ ବର୍ଷର ପୁଅ ରହିଥିବା ବେଳେ ନିରଞ୍ଜନ ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେଣୁ ସେ ଅଧିକାଂଶ ସମୟରେ ବିଦେଶରେ ରହି ଘରକୁ ଆସି ପାରନ୍ତି ନାହିଁ ।

ତେବେ ଜୋତିଙ୍କ ସହିତ ଗ୍ରାମର ରାଜେଶ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତକାଲି ବିଳମ୍ବିତ ରାତିରେ ଧୂମାଳିଙ୍କ ବେଡରୁମକୁ ତାଙ୍କ ପ୍ରେମିକ ରାଜେଶ ପଶିଥିଲେ । ଏହି ଦୃଶ୍ୟକୁ ଦେଖିଥିଲେ ଧୂମାଳିଙ୍କ ଦିଅର । ତେଣୁ ପରିବାର ଲୋକେ ଉକ୍ତ ଯୁବକଙ୍କୁ ଅଟକ ରଖି ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ପରେ ଧୂମାଳି ତାଙ୍କ ପୁଅକୁ ବେଡରୁମରୁ ବାହାର କରିଦେଇ ଭିତରପଟୁ କବାଟ ଦେଇଦେଇଥିଲେ । ସକାଳ ହେବାରୁ କବାଟ ବାଡ଼େଇବାରୁ ଧୂମାଳି କବାଟ ଖୋଲି ନଥିଲେ । ପରିବାର ଲୋକେ ଝରକା ବାଟେ ଦେଖନ୍ତି ତ ଧୂମାଳି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରକୀୟା ପ୍ରୀତି କାରଣରୁ ଲୋକଲଜ୍ଜା ସହି ନପାରି ଧୂମାଳି ଏହି ପଦକ୍ଷେପ ନେଇଥିବା ପରିବାରଲୋକେ କହିଛନ୍ତି ।

Get real time updates directly on you device, subscribe now.