Videoରେ ଦେଖନ୍ତୁ କଳିଯୁଗର ସାବିତ୍ରୀ… ସ୍ୱାମୀଙ୍କୁ କାନ୍ଧରେ ବୋହିଲା ସ୍ତ୍ରୀ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଦିବ୍ୟାଙ୍ଗ ସ୍ୱାମୀଙ୍କୁ କାନ୍ଧରେ ବୋହିଲା ସ୍ତ୍ରୀ ।

ରାୟବରେଲି: କିଛିଦିନ ହେବ ସ୍ତ୍ରୀ ନିର୍ଯାତନା ସହି ନ ପାରି ଅସହାୟ ସ୍ୱାମୀମାନେ ଆତ୍ମହତ୍ୟା କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି । ଘଟଣା ଦେଖି ଲାଗୁଛି ଏବେବି ଅନେକ ସ୍ୱାମୀ; ସ୍ତ୍ରୀ’ଙ୍କ ଦ୍ୱାରା ନିର୍ଯାତିତ ହେଉଥିବେ ।

ସ୍ୱାମୀମାନଙ୍କୁ ନିର୍ଯାତନା ଦେଉଥିବା ସ୍ତ୍ରୀମାନଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିବେ ରାୟବରେଲିର ଏହି ଦମ୍ପତି । ସୋସିଆଲ ମିଡିଆରେ ଏମାନଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସ୍ତ୍ରୀ କାନ୍ଧରେ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । ସ୍ୱାମୀଙ୍କୁ କାନ୍ଧରେ ବୋହି ସ୍ତ୍ରୀ ପହଞ୍ଚିଛି ସିଏମଓ ଅଫିସରେ । ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ସ୍ୱାମୀ, ସ୍ତ୍ରୀ ଘରୁ ଆସିଥିଲେ ।

କାର୍ଯ୍ୟାଳୟରେ ବାହାରେ ଷ୍ଟ୍ରେଚର କିମ୍ବା ହ୍ୱିଲ୍ ଚେୟାର ନ ମିଳିବା କାରଣରୁ ସ୍ତ୍ରୀଙ୍କୁ ବାଧ୍ୟ ହୋଇ ସ୍ୱାମୀଙ୍କୁ କାନ୍ଧରେ ବୋହି ନେବାକୁ ପଡ଼ିଥିଲା । ଏ ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର୍ସ ଦମ୍ପତିଙ୍କୁ ପ୍ରଶଂସା କରିଥିବାବେଳେ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।