fbpx

(Video) ପୁରୁଣା ପ୍ରେମିକଠୁ ଏଭଳି ପ୍ରତିଶୋଧ ନେଲା ପ୍ରେମିକା; ସାମ୍ନାକୁ ଆସିଲା ଚତୁରତାର ନିଆରା ଚିତ୍ର

ଓଡ଼ିଶା ଭାସ୍କର: ଆଜିକାଲି ପ୍ରେମ-ପ୍ରତାରଣା ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଆପଣ ରିଲେସନସିପରେ ଅଛନ୍ତି କିନ୍ତୁ ଏକଥା କାହାକୁ କହିନଥାନ୍ତି। କେବେକେବେ ବ୍ୟକ୍ତିଗତ କାରଣରୁ ତ ଆଉ କେବେକେବେ ଅନ୍ୟ କୌଣସି କାରଣରୁ ପ୍ରେମିକ ଓ ପ୍ରେମିକା ପରଷ୍ପର ଠାରୁ ଅଲଗା ହୋଇଯାଆନ୍ତି। ଯଦିଓ କିଛି ପିଲୀ ଏସବୁକୁ ଅଣଦେଖା କରନ୍ତି, କିନ୍ତୁ କିଛି ଲୋକ ପ୍ରତିଶୋଧ ନେଇଥାନ୍ତି।

ଏଭଳି ପରିସ୍ଥିତିରେ କ୍ରୋଧରେ ଲୋକମାନେ ବେଳେବେଳେ କିଛି ଚିନ୍ତା କରନ୍ତି ନାହିଁ। ତେବେ ଜଣେ ଝିଅ ଏହାର ବିପରୀତ କାମ କରି ନିଜ ପୁରୁଣା ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ପୂରା ଭିନ୍ନ କିଛି କରିଥିଲା। ନିଜର ଉପସ୍ଥିତ ବୁଦ୍ଧି ଓ ସଫ୍ଟଓ୍ୱାର ମାଧ୍ୟମରେ ଯୋଜନା କରି ଏପରି କାର୍ଯ୍ୟ କରିଥିଲେ। ଯାହା ଦେଖି ତାଙ୍କ ପ୍ରେମିକର ହୋସ ଉଡ଼ିଯାଇଥିବ । ଏସବୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Madeline Salazar (@immadsal)

‘ନ୍ୟୁୟର୍କ ପୋଷ୍ଟ’ ରିପୋର୍ଟ ଅନୁଯାୟୀ ଝିଅଟି ଆମେରିକୀୟ ଏବଂ ତାଙ୍କ ନାମ ମାଡେଲିନ୍ ସାଲାଜାର। ୨୯ ବର୍ଷୀୟା ମେଡେଲିନ୍ ଅନେକ ସମ୍ପର୍କରେ ଅଛନ୍ତି। ପ୍ରେମ ସମ୍ପର୍କ ଭାଙ୍ଗିଯିବା ପରେ ସେ ଆଗକୁ ବଢ଼ିଥିଲେ କିନ୍ତୁ ମାଡେଲିନ୍ ସେଠାରେ ରହିଯାଇଥିଲେ। ଏଭଳି ପରିସ୍ଥିତିରେ ପ୍ରେମିକକୁ କଷ୍ଟ ଦେବା ପାଇଁ ସେ ନିଜ ଫଟୋରେ ଅନ୍ୟ ପୁଅମାନଙ୍କୁ ଯୋଡ଼ିଥିଲେ। ସେମାନେ ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଉଥିଲେ। ଏଭଳି ଏକ ଫଟୋରେ ସେ ମେଟ୍ରୋରେ ବସିଥିବା ବେଳେ ଜଣେ ପୁଅ କାନ୍ଧରେ ମୁଣ୍ଡ ରଖି ଶୋଇଥିବାର ଦେଖିବାକୁ ମିଳିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ମାଡେଲିନ ଏକାଥିଲେ।

 

Get real time updates directly on you device, subscribe now.