fbpx

ବିନା ସେକ୍ସରେ ମହିଳା ହେଲେ ଗର୍ଭବତୀ, ଡାକ୍ତରଙ୍କ ଉଡ଼ିଲା ହୋସ୍

ଲଣ୍ଡନ, ୧୧ା୩: ଲଣ୍ଡନରେ ଜଣେ ମହିଳା ବିନା ସେକ୍ସରେ ପ୍ରେଗନେଣ୍ଟ ହୋଇଛନ୍ତି । ହାମ୍ପସାୟରରେ ରହୁଥିବା ୨୮ ବର୍ଷୀୟା ନିକୋଲ ଏହି ଖବର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ୮ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ବିନା ସେ ଗର୍ଭଧାରଣ କରିଥିବା ନିକୋଲ ଉଲ୍ଲେଖ କରିଛନ୍ତି ।

ଡେଲିମେଲର ରିପୋର୍ଟ ଅନୁଯାୟୀ, ନିକୋଲଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେତେବେଳେ ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଡେଟ୍ କରୁଥିଲେ । ଦିନେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ନିକୋଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଫଳରେ ନିକୋଲଙ୍କୁ ତାଙ୍କ ସାଙ୍ଗ ପ୍ରେଗନାନ୍ସି ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ । ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଆସିଥିବା ଜାଣିବା ପରେ ନିକୋଲଙ୍କ ପାଦତଳୁ ପାଟି ଖସିଯାଇଥିଲା । ପ୍ରକୃତରେ ନିକୋଲ ଭର୍ଜିନ ଥିଲେ ଓ ସେ କେବେ ବି ନିଜ ବୟଫେଣ୍ଡ ସହ ସେକ୍ସ କରିନଥିଲେ । ନିକୋଲ ଏନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତରଙ୍କ ଅନୁଯାୟୀ, ନିକୋଲ ଭେଜିନିସ୍ମସ୍ ନାମକ ଏକ ରୋଗରେ ଆକ୍ରାନ୍ତ ଅଛନ୍ତି । ଶାରୀରିକ ସମ୍ପର୍କ ବିନା ଯଦି କୌଣସି କାରଣରୁ ଯୋନି ମଧ୍ୟକୁ ସ୍ପର୍ମ ପ୍ରବେଶ କରେ, ତେବେ ପ୍ରେଗନାନ୍ସି ହୋଇପାରେ । ମାତ୍ର ଏପରି ଘଟଣା ଅତି ବିରଳ ଅଟେ । ନିକୋଲଙ୍କ କ୍ଷେତ୍ରରେ ସେହିପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.