fbpx

(Video) ବ୍ରିଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଂରାଜୀରେ ଅନୁରୋଧ ଜଣାଇଲେ ମହିଳା: ଦେଖନ୍ତୁ ଭିଡିଓ…

ଗାଁକୁ ଯିବାକୁ ନାହିଁ ପୋଲ । ନଦୀ ମଧ୍ୟରେ ଥବା ସଂକୀର୍ଣ୍ଣ ରାସ୍ତାରେ ହିଁ ଯିବାକୁ ପଡ଼ୁଛି । ପାଣି ଅଧିକ ଥିଲେ ଏ ପାର୍ଶ୍ୱରୁ ସେ ପାଖକୁ ଯିବା ଆଉ ସମ୍ଭବ ହୁଏ ନାହିଁ । ଏଭଳି କିଛି ଅଭିଯୋଗ କରିଛନ୍ତି କପ୍ତିପଦା ବ୍ଲକ୍ ଶିରିଆପାଳ ଗ୍ରାମର ଜଣେ ମହିଳା ।

ଗାଁକୁ ଗମନାଗମନର ସୁବିଧା ନାହିଁ ଏହା ସହ ନଦୀ ପାର୍ କରିବାକୁ ପୋଲ ମଧ୍ୟ ନାହିଁ ଫଳରେ ଅନେକ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପିଲାମାନେ ସ୍କୁଲ ଯାଇପାରୁନାହିଁନ୍ତି, ଆମ୍ବୁଲାନ୍ସ ଆସିଲେ ବି ଗାଁ ପର୍ଯ୍ୟନ୍ତ ଯାଇପାରୁନାହିଁ । ଫଳରେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନେକ ଥର ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏହାକୁ କର୍ଣ୍ଣପାତ କରିନାହଁନ୍ତି ବୋଲି କହିଛନ୍ତି ମହିଳା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଦୁଃଖ ଶୁଣିବାକୁ ଅନୁରୋଧ କରିଛନ୍ତି ।

ଇଂରାଜୀରେ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ଆଦିବାସୀ ମହିଳା ପୁଙ୍ଗି ହେମ୍ରମ୍ । ଏକ ବ୍ରିଜ୍ ଏବଂ ରାସ୍ତାରେ ନିର୍ମାଣ ପାଇଁ କରିଛନ୍ତି ଅନୁରୋଧ ।

Get real time updates directly on you device, subscribe now.