ସ୍ୱାମୀଙ୍କ ସହ ଝଗଡ଼ା, ୨ ପୁଅଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଲା ମା’, ଛୁଆ ମୃତ, ମହିଳା ସୁରକ୍ଷିତ
ବାପା-ମା' ଙ୍କ କଳିରେ ଛୁଆଙ୍କ ଜୀବନ ଗଲା।
ଉତ୍ତରପ୍ରଦେଶ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡିଗଲେ ଦୁଇ ଶିଶୁ। ବାପା-ମା କଳି ଲାଗିଲେ ହେଲେ ଦୁଇ ଛୁଆଙ୍କର ଜୀବନ ଚାଲିଗଲା। ସ୍ୱାମୀ ଓ ଶାଶୁଙ୍କ ସହ ପାଟିତୁଣ୍ଡ ହେବାରୁ ଦୁଇ କଅଁଳା ପିଲାଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡ଼େଇ ପଡିଲା ମାଆ।
ହେଲେ ଦଇବର ଇଏ କି ଲୀଳା ଦେଖନ୍ତୁ। ମା’ କୁ ଜୀବିତ ଅବସ୍ଥାରେ କୂଅରୁ ଉଦ୍ଧାର କରିବାରେ ସଫଳ ହେଲେ ଗାଁ ଲୋକେ। ହେଲେ ନିରୀହ ନିଷ୍ପାପ ଶିଶୁ ପୁତ୍ର ଦଇ ଜଣଙ୍କୁର କିନ୍ତୁ ସେତେବେଳକୁ ପାଣିରେ ବୁଡ଼ି ଜୀବନ ଦୀପ ଲିଭି ଯାଇଥିଲା।
ସ୍ୱାମୀ-ସ୍ତ୍ରୀଙ୍କ କଳି: ତେବେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ। ଏହି ଘଟଣାଟି ଶୁଣିବା ପରେ ଆପଣଙ୍କ ଛାତି ମଧ୍ୟ ଥରି ଉଠୁଥିବ। ଘରୋଇ କଳିକୁ ନେଇ ବଳି ପଡିଯାଇଛନ୍ତି ଦୁଇ ନିଷ୍ପାପ ଶିଶୁ।
ଗୁରୁବାର ରାତିରେ, ଥାନା ଅଞ୍ଚଳର ଜରୌଲି ଗାଁର ରାଜାରାମ କା ଡେରା ନିବାସୀ ଧୀରେନ୍ଦ୍ର ପାଲଙ୍କ ସ୍ତ୍ରୀ ରେଣୁଙ୍କର ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇଥିଲା।
କୂଅକୁ ଡେଇଁ ପଡିଲେ ମାଆ: ଝଗଡ଼ା ପରେ, ମହିଳା ଜଣକ ତାଙ୍କ ପୁଅ ପ୍ରଶାନ୍ତ (୧) ଏବଂ କୃଷ୍ଣ (୩)ଙ୍କୁ କୋଳରେ ଧରି ଘରୁ ପଳାଇ ଯାଇଥିଲେ। ଏବଂ ଘରଠାରୁ କିଛି ଦୂରରେ ଥିବା ଏକ କୂଅକୁ ଡେଇଁ ପଡିଲେ।
ଯେହେତୁ ପିଲା ଦୁଇଟି ଛୋଟ ଥିଲେ, ତେଣୁ ମାଆ ଟି ନିଜ ପିଲାଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡିଲା। ଆଉ ମାଆର ଚିତ୍କାର ଶୁଣି ପାଖ ଲୋକ କୂଅ ପାଖକୁ ଦୌଡି ଗଲେ। ଆଉ ସେଠାରେ ମହିଳା ଏବଂ ପିଲା କୂଅ ଭିତରେ ବୁଡ଼ି ଯାଉଥିବାର ଦେଖିଲେ।
ମାଆ ସୁରକ୍ଷିତ ଉଦ୍ଧାର: ତେଣୁ କୂଅ ଭିତରକୁ ରଶି ପକାଇ ଗାଁ ଲୋକ ପଶିଲେ। ଏବଂ ମହିଳା ଜଣଙ୍କୁ ଉଦ୍ଧାର କଲେ। ସେତେବେଳକୁ ମହିଳା ଜଣଙ୍କ ସୁରକ୍ଷିତ ଥିଲେ। ହେଲେ ଦୁର୍ଭାଗ୍ୟର କଥା ଏହା କି ମାଆ ସିନା ବଞ୍ଚିଗଲା, ହେଲେ ନିରୀହ ଶିଶୁ ଦୁଇ ଜଣଙ୍କ ଜୀବନ ଚାଲିଗଲା।
ହସ୍ପିଟାଲରେ ଭର୍ତ୍ତି: ପରେ ଦୁଇ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ଅସୋଥର ଥାନା ଅନ୍ତର୍ଗତ ହରନବାର ବାସିନ୍ଦା ରେଣୁ ପାଲଙ୍କ ବିବାହ ୭ ବର୍ଷ ପୂର୍ବରୁ ହୋଇଥିଲା।
ଗୁରୁବାର ରାତିରେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ରେଣୁ ଦୁଇ ପୁଅଙ୍କୁ ନେଇ ଘରୁ ବାହାରି ପଳାଇଥିଲେ ଏବଂ ଦୁଇ ପୁଅଙ୍କୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁ ପଡ଼ିଥିଲେ।