fbpx

ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବାକୁ ଯାଇଥିଲେ ମହିଳା: ଗୋଡ଼ ଖସିବାରୁ ୧୦୦ ଫୁଟ ତଳକୁ ଖସି…

ନୂଆଦିଲ୍ଲୀ: ସେଲଫି ସାଜିଲା କାଳ । ସେଲଫି ନେବା ଚକ୍କରରେ ଜୀବନ ହାରିଲେ ମହିଳା । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ମହିଳା ପରିବାର ସହ ଛୁଟି ପାଳୁଥିଲେ । ସେଲଫି ପାଇଁ ସେ ପାହାଡ଼ର ଶିଖରକୁ ଚାଲିଯାଇଥିଲେ, କିନ୍ତୁ ଏହି ସମୟରେ ମହିଳାଙ୍କର ପାଦ ଖସିଯାଇଥିଲା । ଫଳରେ ମହିଳା ଜଣକ ୧୦୦ ଫୁଟ ତଳକୁ ଖସିପଡ଼ିଥିଲେ । ଏତେ ଉଚ୍ଚରୁ ଖସିବା ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ୩୮ ବର୍ଷୀୟା ରୋଜି ଲୁମ୍ବା ପରିବାର ସହ ଅଷ୍ଟ୍ରେଲିଆର ବୋରୋକା ଲୁକ୍ଆଉଟ୍ ନିକଟରେ ଛୁଟି କାଟିବାକୁ ଯାଇଥିଲେ । ଏହି ସମୟରେ ସ୍ୱାମୀ ଓ ଛୁଆଙ୍କ ସାମ୍ନାରେ ହିଁ ପାହାଡ଼ରୁ ଖସି ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ୨୦୨୦ ଡିସେମ୍ବର ହୋଇଥିବା ବେଳେ ଏବେ ଏହି ମାମଲାରେ ଅନେକ ଖୁଲାସା ହୋଇଛି ।

ଡେପୁଟି ଷ୍ଟେଟ୍ କୋରୋନର ଜ୍ୟାକି ହକିନ୍ସ କହିଛନ୍ତି ଯେ, ମହିଳା ସେଲ୍ଫି ରକ୍ ଯାଏଁ ଯିବା ପରେ ଫେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ପାଦ ଖସିଯାଇଥିଲା ଓ ସେ ତଳକୁ ଖସିପଡ଼ିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରୋଜି ଲୁମ୍ବା ନିଜ ସ୍ୱାମୀ ବସନ୍ତ ଓ ଦୁଇ ପିଲାଙ୍କ ସହ ଟ୍ରିପରେ ଯାଇଥିଲେ । ଏହି ସମୟରେ ଏକ ଭିୟୁ ପଏଣ୍ଟ ପାଖକୁ ସ୍ୱାମୀ-ସ୍ତ୍ରୀ ଫଟୋ ଉଠାଇବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ କପଲ ସେଲ୍ଫି ପାଇଁ ସେଫ୍ଟି ସ୍ଥାନ ପାର କରିଯାଇଥିଲେ ଓ ଶିଖରରେ ପହଞ୍ଚିଥିଲେ । ସେଠାରେ ସେମାନେ କିଛି ଫଟୋ ବି ଉଠାଇଥିଲେ ।

କିନ୍ତୁ କିଛି ମିନିଟ ଭିତରେ ଟ୍ରିପ୍ ଦୁର୍ଘଟଣାରେ ବଦଳିଗଲା । ରିପୋର୍ଟ ଅନୁସାରେ, ରୋଜି ସେଲଫି ନେବା ପରେ ପେଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସମୟରେ ତାଙ୍କର ବାଲାନ୍ସ ବିଗିଡ଼ିଯାଇଥିଲା ଓ ସେ ଚଟାଣରୁ ଖସିଯାଇଥିଲେ । ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ । ମହିଳାଙ୍କ ହାତ ଖସିଯାଇଥିଲା । ସେ ନିଜ ସ୍ୱାମୀ ଓ ଛୁଆଙ୍କ ସାମ୍ନାରେ ତଳକୁ ଖସିପଡ଼ିଥିଲେ ।

Get real time updates directly on you device, subscribe now.