fbpx

ପୁଅର ବେଷ୍ଟ୍ ଫ୍ରେଣ୍ଡକୁ ବିବାହ କଲେ ମହିଳା, ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ବୟସ ଦେଖେ ନାହିଁ । କେତେ ବେଳେ କାହା ସହିତ ପ୍ରେମ ହୋଇଯିବ ତାହା କେହି ବି ଜାଣିପାରନ୍ତି ନାହିଁ । ବ୍ରିଟେନ୍ ର ଜଣେ ମହିଳାଙ୍କ ସହିତ ଏଭଳି କିଛି ଘଟିଛି । ସେଠାରେ ଜଣେ ମହିଳାଙ୍କୁ ପୁଅର ବେଷ୍ଟ ଫ୍ରେଣ୍ଡ୍ ସହିତ ପ୍ରେମ ହୋଇଗଲା । ଏହାପରେ ଦୂହେଁ ବିବାହ ମଧ୍ୟ କରିସାରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର ଥିବା ଜଣାପଡ଼ିଛି ।

ମିଡିଆ ରିପୋର୍ଟ ମୂତାବକ, ମହିଳାଙ୍କ ନାମ ମେରୀଲିନ୍ ଏବଂ ପୁଅର ସାଙ୍ଗର ନାମ ବିଲିୟମ୍ ସ୍ମିଥ୍ । ନିକଟରେ ସେମାନେ ନିଜର ୧୨ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଆଉ ଏହି ସମୟରେ ସେମାନଙ୍କ ଲଭ୍ ଷ୍ଟୋରୀ ଭାଇରାଲ୍ ହେଉଛି । ବିବାହର ୧୨ ବର୍ଷ ପରେ ଦୁହିଁଙ୍କର ଲଭ୍ ଷ୍ଟୋରୀ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ସେମାନଙ୍କ ଯେଉଁ ସମୟରେ ବିବାହ ହୋଇଥିଲା ସେତେବେଳେ ପୁଅର ବୟସ ୧୬ ବର୍ଷ ହୋଇଥିଲା । ମହିଳାଙ୍କ ବୟସ ଏଷବ ୬୦ ବର୍ଷ । ମହିଳା ଜଣକ ବିଲିୟମ୍ ସ୍ମିଥଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ।

ବିଲିୟମ୍ ୧୬ ବର୍ଷ ହୋଇଥିବା ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ମେରିଲିନ୍ ଙ୍କ ଘରକୁ ତାଙ୍କ ପୁଅକୁ ଦେଖା କରିବାକୁ ଆସୁଥିବା ସମୟରେ ବିଲିୟମ୍ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନେ ୨୦୦୬ରେ ପ୍ରଥମେ ଭେଟ ହୋଇଥିଲେ । ମେରୀଲିନ୍ ଙ୍କ ପୁଅ ସହିତ ବିଲିୟନ୍ ତାଙ୍କ ଘରକୁ ଆସିଥିବା ସମୟରେ ସେମାନେ ଦୁହିଁଙ୍କର ଦେଖାହୋଇଥିଲା । ସେ ମେରୀଲିନ୍ ଙ୍କ ଘରକୁ ଭିଡିଓ ଗେମ୍ ଖେଳିବାକୁ ଆସୁଥିଲା । ଏହିପରି ଭାବରେ କିଛି ଦିନ ରିଲେସନ୍ ରେ ରହିବା ପରେ ୨୦୦୯ରେ ବିବାହ କରିଥିଲେ । ଏହି ବିବାହକୁ ଦୁହିଁଙ୍କ ପରିବାର ଲୋକ ବିରୋଦ କରିବା ସତ୍ତେ୍ୱ ସେମାନେ ବିବାହ କରିଥିଲେ ।

Get real time updates directly on you device, subscribe now.