ରାଗରେ ପ୍ରେମିକାର ଅମାନବୀୟ କାଣ୍ଡ, ଅଟୋଡ୍ରାଇଭର ପ୍ରାଇଭେଟ ପାର୍ଟରେ ଭର୍ତ୍ତି କଲା ବେଲଣା କାଠି, ଯନ୍ତ୍ରଣାରେ ଛଟପଟ ବ୍ୟକ୍ତି
ବେଲଣା କାଠି ପୁରାଇ ଦୁଇ ଅଭିଯୁକ୍ତ କଲେ ଭିଡିଓ
ପଞ୍ଜାବ: ସୀମା ଟପିଗଲା ନୃଶଂସତାର। ଅଟୋ ଡ୍ରାଇଭରର ପ୍ରାଇଭେଟ ପାର୍ଟରେ ବେଲଣା କାଠି ପୁରାଇ ଦେଲେ ମହିଳା। ଏହାର ଭିଡିଓ ମଧ୍ୟ କଲେ। ପଞ୍ଜାବର ଫାଜିଲ୍କାରେ ଘଟିଛି ଏହି ଘଟଣା।
ଅଟୋ ଡ୍ରାଇଭରଙ୍କ ଗୁପ୍ତାଙ୍ଗରେ ବେଲଣା କାଠି ପୁରାଇ ଦୁଇ ଅଭିଯୁକ୍ତ ତାଙ୍କର ଭିଡିଓ କରିଥିଲେ। ଏଥିରେ ଅଟୋ ଡ୍ରାଇଭର ଗୁରୁତର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ମହିଳା ଏଭଳି କାଣ୍ଡ କରିଥିଲେ। ସବୁଠୁ ବଡ଼ କଥା ହେଉଛି ତାଙ୍କ ପୁଅ ସହ ମିଶି ଅଟୋ ଡ୍ରାଇଭରଙ୍କୁ ଦେଇଥିଲେ ନିର୍ଯାତନା। ପ୍ରାଇଭେଟ ପାର୍ଟରେ କାଠର ବେଲଣା କାଠି ପୁରାଇ ଅଭିଯୁକ୍ତ ସାଢ଼େ ୮ ମିନିଟର ଭିଡିଓ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜଣେ ମହିଳା ତାଙ୍କ ପୁଅ ସହ ମିଶି ଏଭଳି ନୃଶଂସ କାଣ୍ଡ ଘଟାଇଛନ୍ତି ସେପୁଣି ଜଣେ ଅଟୋ ଡ୍ରାଇଭରଙ୍କ ସାଙ୍ଗରେ। ଅଟୋ ଡ୍ରାଇଭର ତାଙ୍କ ପ୍ରେମିକ ଥିଲେ। ଟଙ୍କା ପଇସା ନବା ଦିଆ କରୁଥିଲେ। ହେଲେ ସେ ଏବେ ଟଙ୍କା ନଦେବାରୁ ଏଭଳି ଘଟଣା ଘଟାଇଥିଲେ ମହିଳା।
ଅଟୋ ଡ୍ରାଇଭର କହିଛନ୍ତି ତାଙ୍କୁ ଘରକୁ ଡାକି କବାଟ ଦେଇ ଏଭଳି ଅତ୍ୟାଚାର କରିଥିଲେ। ମୁଁ ନେହୁରା ହୋଇ ଛାଡ଼ିଦିଅ କହିଥିଲେ ମଧ୍ୟ ସେମାନେ ଭିଡିଓ କରି ହସୁଥିଲେ
ମତେ ଛାଡ଼ି ନଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲି ହେଲେ ସେମାନଙ୍କ ଅତ୍ୟାଚାର କମିନଥିଲା।
ମହିଳାଙ୍କୁଳ ଭେଟିବାକୁ ଯାଉଥିଲା ପୀଡ଼ିତ
ପ୍ରେମିକା ମହିଳାଙ୍କ ସହ ଅନେକ ଦିନରୁ ତାଙ୍କ ସମ୍ପର୍କ ଥିଲା। ପୀଡ଼ିତ ଅଟୋ ଡ୍ରାଇଭର ଅଭିଯୁକ୍ତ ମହିଳାଙ୍କୁ ଭେଟିବାକୁ ପ୍ରତିଦିନ ଯାଏ। ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ
ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଭାଇରାଲ ଭିଡିଓ ସାମ୍ନାକୁ ଆସିଥିଲା। ପୋଲିସ କହିଛି କି ଅଭିଯୋଗ ଅନୁସାରେ ଏଫୟାଇଆର ଗ୍ରହଣ କରାଯାଇଛି। ଉଭୟ ମା’, ପୁଅଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।