fbpx

ମହିଳାମାନଙ୍କୁ ଏକାଧିକ ସ୍ୱାମୀଙ୍କ ସହିତ ରହିବାର ମିଳିଲା ଅନୁମତି ! ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସାମ୍ୟବାଦ ସମ୍ବିଧାନ ରହିଥିବା ଦକ୍ଷିଣ ଆଫ୍ରିକାରେ ମହିଳା ମାନଙ୍କୁ ଏକାଧିକ ସ୍ୱାମୀଙ୍କ ସହିତ ରହିବାର ଅନୁମତି ପ୍ରଦାନ ଉପରେ ଆଲୋଚନା ହେଉଛି । ଦକ୍ଷିଣ ଆଫ୍ରିକା ଏପରି ଏକ ରାଷ୍ଟ୍ର ଯେଉଁଠାରେ ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ସମଲୀଙ୍ଗି ବିବାହକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଏହି ରାଷ୍ଟ୍ରରେ ଜଣେ ପୁରୁଷ ଏକାଧିକ ପତ୍ନୀ ରଖି ପାରୁଥିବା ବେଳେ ଜଣେ ମହିଳାଙ୍କୁ ଏକାଧିକ ପତି ରଖିବାର ବ୍ୟବସ୍ଥା ନାହିଁ । ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କ ସମାନତା ଅଧିକାର ପାଇଁ ଏକାଧିକ ସ୍ୱାମୀ ରଖିବାର ସୁଯୋଗ ମିଳିବା ନେଇ ବିଲ୍ ଆସିବା ସମ୍ପର୍କରେ ଆଲୋଚନା ହେଉଛି । ଏହାକୁ ନେଇ ଦକ୍ଷିଣ ଆଫ୍ରିକାରେ ବିତର୍କ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କିତ ଏକ ଗ୍ରୀନ୍ ପେପର ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ଦେଶରେ ରହିଥିବା ବିବାହ ଆଇନରେ ସଂଶୋଧନ ପୂର୍ବକ ଏହି ଆଇନ ପ୍ରଣୟନ ପାଇଁ ଚେଷ୍ଟା କରାଯାଉଛି । ତେବେ ସରକାରଙ୍କର ଏହି ନିୟମକୁ ଧାର୍ମିକ ଗୋଷ୍ଠୀ ପକ୍ଷରୁ କଡା ବିରୋଧ କରାଯାଇଛି । ମହିଳାଙ୍କ ବହୁପତିତ୍ୱ (ପଲିଆଣ୍ଡ୍ରି) ନିୟମକୁ ବିରୋଧ କରିଛନ୍ତି ଟିଭି ବ୍ୟକ୍ତିତ୍ୱ ମୁସା ମେଲେକୁ ଏହାକୁ କଡା ବିରୋଧ କରିଛନ୍ତି । ୪ ଥର ବିବାହ କରିଥିବା ମୁସା କହିଛନ୍ତି ଏହି ନିୟମ ଆଫ୍ରିକୀୟ ସଂସ୍କୃତି ଓ ପରମ୍ପରାକୁ ଧ୍ୱଂସ କରିଦେବ । ପିଲାମାନେ ଏହା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବେ ବୋଲି ମୁସା ମତ ଦେଇଛନ୍ତି ।

ଏକାଧିକ ମହିଳାଙ୍କ ସହିତ ରହିବା(ପଲିଗାମୀ) ଗ୍ରହଣୀୟ ମାତ୍ର ପୁରୁଷ ପ୍ରାଧାନ୍ୟ ସମାଜ ପଲିଆଣ୍ଡ୍ରିକୁ ଗ୍ରହଣ କରିବାରେ ସକ୍ଷମ ହେବ ନାହିଁ ବୋଲି ଆଫ୍ରିକାନ୍ କ୍ରିଷ୍ଟିଆନ୍ ଡେମୋକ୍ରାଟିକ୍ ପାର୍ଟି ନେତା ରେଭରେଣ୍ଡ କେନେଥ୍ ମେଶୋ ପ୍ରକାଶ କରିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ପିତାର ପରିଚୟ ଜାଣିବା କଷ୍ଟସାଧ୍ୟ ହୋଇପଡିବ ବୋଲି ଇସଲାମିକ ଅଲ ଜମାହ ପାର୍ଟି ପକ୍ଷରୁ କୁହାଯାଇଛି । ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ସମସ୍ତ ଧାର୍ମିକ ଗୋଷ୍ଠୀ, ରାଜନୈତିକ ଦଳ ଏବଂ ସାମାଜିକ କର୍ମୀଙ୍କ ସହିତ ଆଲୋଚନା କରାଯିବ ବୋଲି ଦକ୍ଷିଣ ଆଫ୍ରିକା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.