fbpx

ମହିଳା ମାନେ କେତେବେଳେ ନେଇପାରିବେ କରୋନା ଟୀକା ଜାଣନ୍ତୁ

ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିଚାଲିଛି । ଫଳରେ ପୁଣି ଥରେ ଦେଖାଦେଇଛି ସଂଙ୍କଟ । ଏଭଳି ପରିସ୍ଥିତିରେ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ନିକଟରେ ସରକାର ୧୮ ବୟସରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି ।
ଏହାରି ମଧ୍ୟରେ ଏକ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲେଖା ଅଛି ମହିଳା ମାନେ ମାସିକ ଋତୁସ୍ରାବର ପାଞ୍ଚ ଦିନ ପୂର୍ବରୁ ଏବଂ ଋତୁସ୍ରାବର ପାଞ୍ଚ ଦିନ ପର୍ଯ୍ୟନ୍ତ କୋଭିଡ ଟିକା ନେଇପାରିବେ ନାହିଁ ।
ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ଖବର ତଥା ଏକ ଗୁଜବ ଥିବା ନେଇ ପିଆଇବି ଫ୍ୟାକ୍ଟ ଚେକ ସ୍ପଷ୍ଟ କରିଛି । ଏବଂ କହିଛି ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତେ ବିନା ଦ୍ୱିଧାରେ କୋଭିଡ ଟିକା ନେଇପାରିବେ । କୌଣସି ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛି ।

Get real time updates directly on you device, subscribe now.