fbpx

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ, ଅଭିଯୋଗ ପରେ ଅଭିଯୁକ୍ତକୁ ଉଠାଇ ଆଣିଲା ପୁଲିସ

ରାଜନଗର (ଭାସ୍କର ନ୍ୟୁଜ୍‌) :ରାଜନଗର ବ୍ଲକ ସଦର ମହକୁମାରେ ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଦୁଷ୍କର୍ମ ଅଭିଯୋଗରେ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜନଗର ଗ୍ରାମର କରୁଣାକରଙ୍କୁ ପୁଅ ହାପି ମଳିକଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ମାମଲା ରୁଜୁ କରିବା ସହ ମାମଲା ରୁଜୁକରି ହାପିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ତପନକୁମାର ନାୟକ ସୂଚନା ଦେଇଛନ୍ତି ।

ସୂଚନା ମୁତାବିକ, ମହିଳା ଜଣ ଘରେ ଏକୁଟିଆ ଥିବା ଜାଣିପାରିଥିଲେ ଯୁବକ। ବିଳମ୍ବିତ ରାତିରେ ହଠାତ୍ ଘର ଭିତକୁ ପଶି ଆସିଥିଲେ। ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ହାପି। ପୀଡିତା ଜଣକ ଯେତେ ଗୁହାରୀ କରିଥିଲେ ବି ଛାଡି ନଥିଲେ ଅଭିଯୁକ୍ତ ଯୁବକ। ପରେ ଏ ସମ୍ପର୍କରେ ରାଜନଗର ଥାନାରେ ପୀଡିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ତୁଦନ୍ତ କାର୍ଯ୍ୟାନୁଷ୍ଠା ପାଇଁ ପଦକ୍ଷପ ନେଇଥିଲା । ପୋଲିସ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଷ୍କର୍ମକାରଙ୍କୁ ଗିରଫ କରିବା ସକ୍ଷମ ହୋଇଥିଲା। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.