fbpx

ପ୍ରୋ ଲିଗ୍‌ ହକି: ପ୍ରଥମ ପରାଜୟର ଚରମ ପ୍ରତିଶୋଧ, ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଦିନ ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ହକି ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି ଭାରତ। ପ୍ରଥମ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେଇଲା ଟିମ୍ ଇଣ୍ଡିଆ । ପ୍ରଥମରୁ ଶେଷ ପର୍ଯ୍ୟନ୍ତ କଡା ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଦେଇ ଉଭୟ ଦଳ ଗତି କରିଥିବା ବେଳେ ଫଳାଫଳ ନେଇ ଅନିଶ୍ଚିତତା ଲାଗି ରହିଥିଲା । କ୍ୱାର୍ଟର ୪ ରେ ଉଭୟ ଦଳର ସ୍ଥିତି ୩-୩ରେ ବରାବର ଥିଲା । ମାତ୍ର ମ୍ୟାଚ ଶେଷ ହେବାର ୩୦ ସେକେଣ୍ଡ ପୂର୍ବରୁ ମନପ୍ରୀତ ସିଂଙ୍କ ମୂଲ୍ୟବାନ ଗୋଲ ବଳରେ ଭାରତ ବିଜୟୀ ହୋଇ ପାରିଥିଲା । ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଉଭୟ ଦଳ ନିର୍ଦ୍ଧୋିତ ସମୟ ମଧ୍ୟରେ ୨-୨ଗୋଲ ସ୍କୋର କରିବା ଫଳରେ ସୁଟ୍‌ ଆଉଟ ପନ୍ଥା ଅନୁସରଣ କରା ଯାଇଥିଲା । ଏଥିରେ ଆର୍ଜେଣ୍ଟିନା ୩-୧ରେ ବିଜୟୀ ହୋଇଥିଲା । ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ସ୍ଥିତି ମଧ୍ୟ ଅନୁରୂପ ପରିସ୍ଥିତିକୁ ଆସି ଥିବା ବେଳେ ମନଦୀପ ସିଂଙ୍କ ବିଳମ୍ବିତ ଗୋଲ ଭାରତର ବିଜୟ ପାଇଁ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ।

ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ଅନୁଷ୍ଠିତ ସ୍ପେନ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମ ମୁକାବିଲାରେ ବିଜୟୀ ହୋଇ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା ସ୍ପେନ । ତେବେ ଆର୍ଜେଣ୍ଟିନା ବିପକ୍ଷରେ ମଧ୍ୟ ଭାରତର ସ୍ଥିତି ଅନୁରୂପ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବିଜୟ ଲାଭ କରି ପରାଜୟ ଆଶଙ୍କା ଏଡାଇ ପାରିଛି । ଭାରତ ପକ୍ଷରୁ ଯୁଗରାଜ ସିଂ ମ୍ୟାଚର ୨୦ ଓ ୫୩ତମ ମିନିଟ ବେଳେ ଦୁଇ ଗୋଲ ସ୍କୋର କରିଥିବା ବେଳେ ହାର୍ଦ୍ଦିକ ସିଂ ଓ ମନଦୀପ ସିଂ ପ୍ରତ୍ୟେକ ଗୋଟିଏଳ ଲେଖାଏଁ ଗୋଲ ସ୍କୋର କରିଥିଲେ ।

Get real time updates directly on you device, subscribe now.