fbpx
BJD SKY
BJD SKY

ଗାଡ଼ି ମରାମତିକୁ ନେଇ ରାଜଧାନୀରେ ଫୁଟିଲା ଗୁଳି: ଜଣେ ଆହତ, ୫ଜଣ ଅଟକ

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି । ଗାଡି ମରାମତିକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଧସ୍ତାଧସ୍ତି ସମୟରେ ୪ ରାଉଣ୍ଡ ଗୁଳି ଫୁଟିଛି। ଏ ସମ୍ପର୍କରେ ତମାଣ୍ଡୋ ପୋଲସକୁ ଖବର ମିଳିବା ପରେ  ଘଟଣାସ୍ଥଳରେ ପହଞ୍ଚି  ଗୁଳିକାଣ୍ଡରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ୫ ଅଭିଯୁକ୍ତଙ୍କ ନାଁରେ ବିଭନ୍ନ ଥାନାରେ ଅପରାଧୀକ ମାମଲା ରହିଥିବା ଜଣାପଡିଛି । ଅଟକ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରେ ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ, ସର୍ବେଶ୍ୱର ସେଠ ଓ ଏମାନେ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ରାଜେଶ କୁମାର ବରାଳ ଖୋର୍ଦ୍ଧା ଅଞ୍ଚଳର ଓ ଚିତ ରଞ୍ଜନ ମଲିକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବିକ, ରବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଏକ କାର୍‌ ଗ୍ୟାରେଜରେ ଗୁଳିକାଣ୍ଡ ଘଟିଛି । ୬ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାରେଜରେ ଆତଙ୍କ ଖେଳାଇବା ସହ ଗ୍ୟାରେଜ କର୍ମଚାରୀଙ୍କୁ ଧମକଚମକ ଦେଇ ଗୁଳିକାଣ୍ଡ ଭିଆଇଛନ୍ତି । ବ୍ଲାଙ୍କ ଫାୟରିଂ ବେଳେ ଅପରାଧୀମାନେ ଧସ୍ତାଧସ୍ତି ହେବାରୁ ୨ ଜଣଙ୍କଠାରେ ଗୁଳି ବାଜିଛି । ଖବରପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୫ ଅପରାଧୀଙ୍କୁ ଧରିଥିବା ବେଳେ ଜଣେ ଅପରାଧୀ ଖସି ପଳାଇଛି । ଧରାପଡ଼ିଥିବା ୫ ଅପରାଧୀ ହେଲେ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ମାନସ କୁମାର ସାହୁ, ସର୍ବେଶ୍ୱର ସେଠ, ସୁଶାନ୍ତ ପ୍ରଧାନ, ଖୋର୍ଦ୍ଧା କୁମାରାବସ୍ତର ରାଜେଶ କୁମାର ବରାଳ ଓ ଆଳି ଅଞ୍ଚଳର ଚିତ୍ତରଞ୍ଜନ ମଲ୍ଲିକ । ଏମାନଙ୍କ ନାମରେ ରାଜଧାନୀ ସମେତ ଆଖପାଖ ଜିଲ୍ଲା ଥାନା ମାନଙ୍କରେ ବହୁ ଅପରାଧୀକ ମାମଲା ରହିଛି ।

 

Get real time updates directly on you device, subscribe now.