fbpx
BSKY SKY
BSKY SKY

କୃଷି କ୍ଷେତ୍ରରେ ଅବଦାନ ଓ ସଶକ୍ତିକରଣ ପାଇଁ ସମ୍ମାନିତ ହେଲେ ମହିଳାକୃଷି

BSKY

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଅଧିନସ୍ଥ କେନ୍ଦ୍ରୀୟ କୃଷିରତ ମହିଳାସଂସ୍ଥା ଦ୍ୱାରା ଭୁବନେଶ୍ୱରଠାରେ ଏହାର୨୮ତମ ସ୍ଥାପନ ଦିବସତା ପାଳନ ହୋଇଯାଇଛି। ଏହି ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶିକା ଡ଼ଃ ମୃଦୁଳାଦେବୀ ସ୍ୱାଗତ ଭାଷଣ ଦେଇ ନିମନ୍ତ୍ରିତ ଅଥିତିମାନଙ୍କୁ ସ୍ୱାଗତ କରିଥିଲେ । ଏବଂ ତାଙ୍କର ବକ୍ତବ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଓ ସେମାନଙ୍କର ସଶକ୍ତିକରଣ ପାଇଁ ଏହି ସଂସ୍ଥା ଅନବରତ କାର୍ଯ୍ୟ କରିଆସୁଛି ବୋଲି କହିଥିଲେ। ଆଇ.ସି.ଏ.ଆର. ର ଏ.ଡ଼ି.ଜି.(ଶିକ୍ଷା) ଡ଼ଃବିମଳେଶମନ ସମ୍ମାନିତ ଅତିଥି ଭାବେ ତାଙ୍କର ବକ୍ତବ୍ୟରେ ସଂସ୍ଥାର ଗବେଷଣାଲବ୍ଧ ଜ୍ଞାନକୌଶଳ କୁ ଉପଯୋଗ କରି କିପରି ଭାରତର କୃଷି ମହିଳାମାନଙ୍କର ଆର୍ଥିକ ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

ଗାଈ କ୍ଷୀର ମଣିଷ ପାଇଁ ଖାଦ୍ୟ ଭାବରେ କେତେ ଉପାଦେୟ ତାହା ବର୍ଣନା କରିଥିଲେ। ଓଡିଶା ମହିଳା କମିଶନର ଚେୟାରମ୍ୟାନ ଡ଼ଃମିନତୀ ବେହେରା ଅନ୍ୟତମ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ମହିଳାମାନଙ୍କ କୃଷିଭିତ୍ତିକ ସମସ୍ୟାକୁ ଅନୁଷ୍ଠାନ ମାଧ୍ୟମରେ କିପରି ବିଶ୍ୱସ୍ତରରେ ସମାଧାନ କରାଯାଇପାରିବ ତାଉପରେ ଗୁରୁତ୍ୱ ଦେଇଥିଲେ। ଆଉ ମଧ୍ୟ କିପରି ମହିଳାମାନଙ୍କୁ କମିଶନ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ସଶକ୍ତ କରିପାରିଛି ତାହା କହିଥିଲେ। ପଦ୍ମଶ୍ରୀ ସୁଶ୍ରୀ ସାବରମତୀ ମୁଖ୍ୟ ଅତିଥି ହିସାବରେ ତାଙ୍କର ବକ୍ତବ୍ୟରେ ସମଗ୍ର ଭାରତ ବର୍ଷରେ ଏକମାତ୍ରସଂସ୍ଥା କୃଷିମହିଳାଙ୍କ ପାଇଁ ଗବେଷଣା କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଜୀବନରେ ଖୁସି ଆଣିବା ପାଇଁ, କୃଷି ମହିଳାମାନେ ବିହନ ସଂରକ୍ଷଣ ଏବଂ ଅର୍ଗାନିକଫାଂର୍ମିଙ୍ଗ କରିବା ଦରକାର କହି ପ୍ରୋତ୍ସାହନ ଦେଇଥିଲେ ଓ ଏହି ପରିପ୍ରେକ୍ଷୀରେ ୧୮ଜଣ ଅଗ୍ରଣୀ କୃଷିମହିଳା ଓ ସଂସ୍ଥାର ୩ଜଣ ଉତ୍ତମକର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ୨୦୦ଜଣମହିଳା ଓ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର୧୨୦ଜଣ ଛାତ୍ର ଯୋଗଦାନ କରିଥିଲେ । ଏଥିସହିତ କୃଷିଭିତ୍ତିକ ସମସ୍ୟାର ସମାଧାନ ପାଇଁ କୃଷିମହିଳା ଏବଂ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ମହିଳାମାନଙ୍କୁ ଗବେଷଣାଲବ୍ଧ ଜ୍ଞାନକୌଶଳ ବିଷୟରେ ଅବଗତ କରାଇବା ନିମନ୍ତେ ଏକ ପ୍ରଦର୍ଶନୀର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ଡ଼ଃସବିତାମିଶ୍ର, ଡ଼ଃତାନିଆସେଠ୍ ପରିଚାଳନା କରିଥିବା ବେଳେ ଡ଼ଃଅର୍ପିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.