fbpx

ରୋଗ ଯନ୍ତ୍ରଣା ସହ୍ୟ କରିପାରିଲେନି ମହିଳା, ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌): ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଜଣେ ବିବାହିତା ମହିଳା ରୋଗ ଯନ୍ତ୍ରଣା ସହ୍ୟ ନକରିପାରି ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ମୃତା ମହିଳା ଜଣକ ହେଲେ ରେଙ୍ଗଳ ଗ୍ରାମର ଝୁନା ସାହୁ(୪୧) ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନା ମୁତାବକ, ରେଙ୍ଗଳ ଗ୍ରାମର ଝୁନା ସାହୁ ମଧୁମେହ ସମେତ ବିଭିନ୍ନ ରୋଗରେ ଦୀର୍ଘ ବର୍ଷ ଧରି ପୀଡିତ ଥାଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରିବାର ପକ୍ଷରୁ ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଚିକିିତ୍ସା କରିବା ସତ୍ୱେ ଆରୋଗ୍ୟ ଲାଭ କରି ନଥିଲେ । ଏପରିକି ମହିଳା ଜଣକ ଅଚଳ ହୋଇ ବିଛଣାରେ ପଡି ରହିଥିଲେ । ଅସହ୍ୟ ଯନ୍ତ୍ରଣାକୁ ନେଇ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ଏ ନେଇ ଡେଲାଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା (କେଶ୍‌ନଂ ୯/ ୨୧) ରୁଜୁ ହୋଇଥିବା ବେଳେ ପୁଲିସ ମୃତଦେହକୁ ପଞ୍ଚନାମା କରି ବ୍ୟବଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଥିବା ହରିରାଜପୁର ଫାଣ୍ଡି ଅଧିକାରୀ ଗଦାଧର ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.