fbpx

ସଶକ୍ତ ହେବେ ମହିଳା: ଏଣିକି ରାଜ୍ୟ ସରକାଙ୍କ ୫ଟି ସ୍କୁଲର ପରିଚାଳନା କାର୍ଯ୍ୟ ସମ୍ଭାଳିବେ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ବର : ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ଏବଂ ଏହାର ବ୍ୟାପକ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି ।

ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ – ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏସ୍‌ଏଚ୍‌ଜିଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

୨. ଓଡ଼ିଶା ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣ ଆଦି ସେବାର ଏକ ନିଆରା ମଡେଲ୍‌ ସୃଷ୍ଟି କରିଛନ୍ତି । ଡାକ୍ତରଖାନା ଖାଦ୍ୟ ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ମତ୍ସ୍ୟଚାଷ, ସହରାଞ୍ଚଳ କାର୍ଯ୍ୟ, ଜଙ୍ଗଲରେ ନର୍ସରୀ ବୃଦ୍ଧି ଆଦି କ୍ଷେତ୍ରରେ ୧୫ଟି ସରକାରୀ ବିଭାଗ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ସହ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରାଜ୍ୟର ସମସ୍ତ ୫‘ଟି’ ସ୍କୁଲକୁ ଏସ୍‌ଏଚ୍‌ଜି ମହାସଂଘକୁ ହସ୍ତାନ୍ତର କରିବା ଏବଂ ଏସ୍‌ଏଚ୍‌ଜିମାନଙ୍କୁ ତଦାରଖ ଦେୟ ପ୍ରଦାନ ସହିତ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟ ପାଇଁ ନିୟୋଜନ କରିବା ।

୩. ପ୍ରଶିକ୍ଷଣ ହେଉଛି ଏସ୍‌ଏମ୍‌ଇ ର୍ନିମାଣର ଏକ ଗୁରୁିପୂର୍ଣ୍ଣ ଉପାଦାନ । ବିଶ୍ୱସନୀୟ ଅଂଶୀଦାରମାନଙ୍କ ସହିତ ଉଚ୍ଚ ଗୁଣବତ୍ତା ପ୍ରଶିକ୍ଷଣ ସହିତ ସମସ୍ତ ବ୍ଲକକୁ ଅନ୍ତର୍ଭୁକ୍ତ କରାଯିବ । ସୌନ୍ଦର୍ଯ୍ୟ କ୍ଷେତ୍ରର ଉଦ୍ୟୋଗ, ଫ୍ୟାଶନ ଡିଜାଇନ, କୃଷି ଔଦ୍ୟୋଗିକତା, କ୍ୟାଫେ ପରିଚାଳନା ଓ ଆତିଥ୍ୟ କ୍ଷେତ୍ର ସେବାଗୁଡ଼ିକ ଉପରେ ଗୁରୁିତ୍ୱ ପ୍ରଦାନ କରାଯିବ।

ମାର୍କେଟିଂ – ମିଶନ ଶକ୍ତି ବଜାର, ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ଖୁଚୁରା ଷ୍ଟୋରର ସ୍ୱତନ୍ତ୍ର ଶୃଙ୍ଖଳ, ରାଜ୍ୟର ୫୦୦ ଟି ସ୍ଥାନରେ ସ୍ଥାପନ କରାଯିବ ଏବଂ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ବୁଟିକ୍‌ ଷ୍ଟୋର ଖୋଲିବ । ଫ୍ଲିପକାର୍ଟରେ ବିକ୍ରୟ ପାଇଁ ୩୦୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ସଂଘ ପାଇଁ ୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ବ୍ଲକସ୍ତରୀୟ ସଂଘ ପାଇଁ ୫୦ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରର ମହାସଂଘମାନଙ୍କ ପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ସହ ଅଫିସ୍‌ କାର୍ଯ୍ୟାଳୟ ର୍ନିମାଣ ଏବଂ ସମସ୍ତ ୩୦ଟି ଜିଲ୍ଲାରେ ମାଇକ୍ରୋ ଓ ମିନି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲାର ବୋରିଗୁମ୍ମାର ୧୨ଟି ଗ୍ରାମ ପଞ୍ଚାୟତରେ ୩୧୦ ଏକର ଜମିରେ ମହିଳାଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଥିବା ଏହି ୟୁନିଟ୍‌ଗୁଡ଼ିକ ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରୁ ପାଣ୍ଠି ଯୋଗାଇ ଦିଆଯାଇଛି । କେବଳ ଫ୍ଲାଇ ଆସ୍‌ ଇଟା କାରଖାନାରୁ ୫ କୋଟି ଟଙ୍କାରୁ ଅଧିକ ଆୟ ହୋଇପାରିଛି ।
ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ଦୁଗ୍ଧ ସଂଗ୍ରହ ଓ ବିକ୍ରୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମିଲ୍‌କ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେମାନେ ମହିଳା ଉଦ୍ୟୋଗୀ ଏବଂ ଇଲେକେଫ୍ରାନିକ୍‌ ଅଟୋ ଚାଳକଙ୍କୁ ନେଇ ଏକ ନିଆରା ଇ-ଅଟୋ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।

ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ ହଜାର କ୍ଷୁଦ୍ର ଉଦ୍ୟୋଗୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଏହି ପ୍ରୟାସ ମହିଳାଙ୍କ ନେତୃତ୍ୱାଧୀନ ଏବଂ ମହିଳାମାନେ ବୃହତ ଉଦ୍ୟୋଗର ମାଲିକାନାକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ମହିଳାମାନଙ୍କୁ ସବୁ ସ୍ତରରେ ନେତୃତ୍ୱ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିବ ।

Get real time updates directly on you device, subscribe now.