fbpx
BJD SKY
BJD SKY

ଚଳିତବର୍ଷ ମହିଳା କରିବେ ରାଜ୍: କମନୱେଲଥ ଗେମରେ ଆଣିବେ ଅଧିକ ସ୍ୱର୍ଣ୍ଣ

BJD

ନୂଆଦିଲ୍ଲୀ: ଜୁଲାଇ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କମନୱେଲଥ ଗେମ୍ସ । ଏଥିରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଭାରତର ୨୦୦ରୁ ଅଧିକ ଧୁରନ୍ଧର । ତେଣୁ ଚଳିତ ବର୍ଷ ଭାରତ ଅନେକ ପଦକ ଜିତିବ ବୋଲି ଆଶା କରାଯାଉଛି । ତେବେ ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ପଦକ ହାସଲ କରିବେ ବୋଲି ଅନୁମାନ କରାଯାଉଛି ।

ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ଏହି ରାଷ୍ଟ୍ରମଣ୍ଡଳ ଗେମରେ ଅନେକ କିଛି ନୂଆ ହେବାକୁ ଯାଉଛି । କୌଣସି ରାଷ୍ଟ୍ରମଣ୍ଡଳ ଗେମରେ ପୁରୁଷ ଅପେକ୍ଷା ମହିଳା ଅଧିକ ସ୍ୱର୍ଣ୍ଣ ପଦକ ଆଣିବାରେ ଏହି ଗେମ ପ୍ରଥମ ହେବ । ୧୧ ଦିନ ପାଇଁ ଏହି ଗେମ ଆୟୋଜନ କରାଯିବ । ତେବେ ଏଥିରେ ୧୩୬ ଜଣ ମହିଳାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ, ସେହିପରି ପୁରୁଷଙ୍କୁ ମିଳିବ ୧୩୪ଟି ସ୍ୱର୍ଣ୍ଣ । ତେବେ ମିଶ୍ରିତ ଇଭେଣ୍ଟରେ ମୋଟ ୧୦ଟି ପଦକ ପାଇଁ ଲାଗିବ ଯୁଦ୍ଧ । ଏହିପରି ଭାବରେ ଅନେକ ପ୍ରତିଯୋଗିତାରେ ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ଅଧିକ ସ୍ୱର୍ଣ୍ଣ ହାସଲ ହେବ ।

ଚଳିତବର୍ଷ ରାଷ୍ଟ୍ରମଣ୍ଡଳ ଖେଳର ମୁଖ୍ୟ ଆକର୍ଷଣ ପାଲଟିବ ମହିଳା କ୍ରିକେଟ । ଏହାକୁ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ସାମିଲ କରାଯାଇଛି । ତେବେ କ୍ରିକେଟରେ ସ୍ୱର୍ଣ୍ଣ ପଦକର ସର୍ବଶ୍ରେଷ୍ଠ ଦାବିଦାରୀ ହାସଲ କରିଛି ୱାର୍ଲଡ ଚମ୍ପିଆନ ଅଷ୍ଟ୍ରେଲିଆ । ଭାରତ ମଧ୍ୟ ଏହି ଲିଷ୍ଟରେ ନିଜ ନାମ ଯୋଡିଛି । ଗତ ଟି-୨୦ ବିଶ୍ୱକପରେ ରନର୍ସ ଅପ ରହିଥିଲା ଟିମ ଇଣ୍ଡିଆ ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ଖୁବ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟିକା ହରମନ ପ୍ରୀତ କୌର । କିନ୍ତୁ ପଦକକୁ ଲକ୍ଷ୍ୟ କରି ଖେଳିବା ସହ ପଦକ ଆଣିବା ପାଇଁ ଭରପୂର ଚେଷ୍ଟା କରିବୁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.