fbpx
BSKY
BJD MS SKY
BJD YOUTH SKY

ବଢ଼ୁଛି ମହିଳାଙ୍କ ମଦ୍ୟପାନ ହାର, ରାଜ୍ୟ ସରକାର ପ୍ରତିଷ୍ଠା କରିବେ ମହିଳା ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନିଶା ନିବାରଣ କେନ୍ଦ୍ରରେ ପୁରୁଷ ଅନ୍ତେବାସୀଙ୍କୁ ଦେଖିବାକୁ ମିଳିଥାଏ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ମହିଳାଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରିବେ । ଜଟଣୀ ସ୍ଥିତ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର କମ୍ପେ୍ଲକ୍ସ (ଆଇଆଇସି)ଠାରେ ମହିଳାଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟରେ ମହିଳାଙ୍କ ମଦ୍ୟପାନ ବଢ଼ୁଥିବାରୁ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ନିକଟରେ କେନ୍ଦ୍ର ସରକାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଜାରି କରିଥିଲେ । ଓଡ଼ିଶାରେ ୧୫ ବର୍ଷରୁ ଅଧିକ ବୟସର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଗ୍ରାମାଞ୍ଚଳରେ ମହିଳାଙ୍କ ମଦ୍ୟପାନ ହାର ୪.୯ ରହିଥିବା ବେଳେ ସହରାଞ୍ଚଳରେ ୧.୪ ପ୍ରତିଶତ ରହିଥିଲା । ୧୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ମଧ୍ୟରୁ ୨୬ ପ୍ରତିଶତ ମହିଳା ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶାଦ୍ରବ୍ୟ ସେବନ କରୁଛନ୍ତି । ଏହା ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ୧୬.୬ ପ୍ରତିଶତ ରହିଥିଲା ।

ତେବେ ନ୍ୟାସନାଲ ଆକ୍ସନ ପ୍ଲାନ ଫର ଡ୍ରଗ୍ ଡିମାଣ୍ଡ ରିଡକ୍ସନ (ଏନଏପିଡିଡିଆର) ଯୋଜନା ଅଧିନରେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ପୁରୁଷଙ୍କ ସହିତ ମହିଳାଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ସ୍ଥାପନ ହେବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୬ କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଇଆଇସି ନିର୍ମାଣ କରାଯାଇ ସେଠାରେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.