fbpx
BSKY SKY
BSKY SKY

ଗରିବ ମାଆକୁ ସାହା ହେଲେ ଲକ୍ଷ୍ମୀ ମାଆ: ଜଙ୍ଗଲରୁ କାଠ ଗୋଟାଉ ଗୋଟାଉ ପାଇଲା ହୀରା, ରାତାରାତି ବଦଳିଗଲା ଭାଗ୍ୟ

BSKY

ନୂଆଦିଲ୍ଲୀ: ରାତାରାତି ଲକ୍ଷପତି କି କୋଟିପତି ହେବାର କୌଣସି ସର୍ଟକଟ୍ ଫର୍ମୂଲା ନାହିଁ । ତେବେ କଠିନ ପରିଶ୍ରମ ବଳରେ ଜଣେ ଜୀବନରେ ବହୁତ କିଛି ହାସଲ କରିପାରିବ । ମାତ୍ର ଏଥିପାଇଁ ଧୈର୍ଯ୍ୟ, ସମୟର ଆବଶ୍ୟକତା ରହିଥାଏ । ତେବେ ଅନେକ ସମୟରେ କିଛି ଲୋକ ଲଟେରି ଜିତି କୋଟିପତି ପାଲଟି ଯାଇଥାନ୍ତି । ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏପରି କିଛି ଘଟିଛି ।

ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଜଣେ ଆଦିବାସୀ ମହିଳା ଜଙ୍ଗଲରୁ କାଠ ଆଣିବାକୁ ଯାଇଥିଲେ । ମହିଳା ଜଣଙ୍କ ରାସ୍ତାରୁ ୪ କ୍ୟାରେଟ ୩୯ ସେଣ୍ଟ ବିଶିଷ୍ଟ ଏକ ହୀରା ପାଇଥିଲେ । ତେବେ ଉକ୍ତ ହୀରାକୁ ମହିଳା ଜଣଙ୍କ ହୀରା ଅଫିସରେ ଜମା କରିବା ପରେ ତା’ର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହୋଇଥିଲା । ସବୁଦିନ ପରି ସେଦିନ ମହିଳା ଜଣଙ୍କ ଅଚାନକ ଏକ ଚମକୁଥିବା ପଥର ଦେଖିଥିଲେ । ଏହପରେ ସେ ଘରକୁ ଉକ୍ତ ହୀରାକୁ ଆଣି ତାଙ୍କ ପତିଙ୍କୁ ଦେଖାଇଥିଲେ ।

ତେବେ ଉକ୍ତ ଚମକୁଥିବା ପଥର ହୀରା ବୋଲି ପତି-ପତ୍ନୀ ଜାଣି ପାରିନଥିଲେ । ପରେ ସେମାନେ ହୀରାକୁ ନେଇ ହୀରା କାର୍ଯ୍ୟାଳୟରେ ଦେଖାଇଥିଲେ । ତେବେ ତାହା ଏକ ମାମୁଲି ପଥର ନଥିଲା, ବରଂ ଏକ ମୂଲ୍ୟବାନ ଧାତୁ ହୀରା ଥିଲା ବୋଲି ସେମାନଙ୍କୁ କୁହାଯାଇଥିଲା । ଈଶ୍ୱରଙ୍କ ବରଦାନ ସଦୃଶ ଏହି ହୀରାକୁ ପାଇ ଆଦିବାସୀ ପରିବାର ବହୁତ ଖୁସିରେ ରହିଛନ୍ତି ।

Get real time updates directly on you device, subscribe now.