fbpx
BSKY SKY
BSKY SKY

ସୁକନ୍ୟା ସମୃଦ୍ଧି ଯୋଜନାରେ ବଡ ପରିବର୍ତ୍ତନ: ଆପଣଙ୍କ ଉପରେ ପଡିପାରେ ପ୍ରଭାବ

BSKY

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏହି ନିୟମ ନୂଆ ନିୟମ ଅନୁଯାୟୀ ଆକାଉଣ୍ଟରେ ଥିବା ଭୁଲ୍ ସୁଧକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ ଖାତାର ବାର୍ଷିକ ସୁଧ ପ୍ରତ୍ୟେକ ଆର୍ଥିକ ବର୍ଷର ଶେଷରେ କ୍ରେଡିଟ୍ ହେବ । ସେହିପରି ବର୍ତ୍ତମାନ ଦୁଇଟି ଝିଅ ବଦଳରେ ଆପଣ ତୃତୀୟ ଝିଅର ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲି ପାରିବେ ।
କ’ଣ ଏହି ସୁକନ୍ୟା ସମୃଦ୍ଧି ଯୋଜନା ?

ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ ଦୀର୍ଘକାଳୀନ ଯୋଜନା । ଏହି ଯୋଜନାରେ ଆପଣ ନିଜ ଝିଅର ଉଜ୍ୱଳ ଭବିଷ୍ୟତ ପାଇଁ ଏହି ସରକାରୀ ଯୋଜନାର ଲାଭ ଉଠାଇ ପାରିବେ । ତେବେ ଏହି ଯୋଜନାରେ ପ୍ରଥମେ ଆପଣଙ୍କୁ ଝିଅ ନାମରେ ବ୍ୟାଙ୍କ କିମ୍ବା ପୋଷ୍ଟାଲରେ ଏକ ଆକାଉଣ୍ଟ ଖୋଲିବାକୁ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ବିନିଯୋଗ ମଧ୍ୟ କରିବାକୁ ପଡିବ ନାହିଁ ।

ତେବେ ବର୍ତ୍ତମାନ ଏହି ଯୋଜନାରେ ବଡ ପରିବର୍ତ୍ତନ ଘଟିଛି । ନୂତନ ନିୟମ ଅନୁଯାୟୀ, ଆକାଉଣ୍ଟରେ ଥିବା ଭୁଲ୍ ସୁଧକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ ଖାତାର ବାର୍ଷିକ ସୁଧ ମଧ୍ୟ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ କ୍ରେଡିଟ୍ ହେବ । ତେବେ ପୂର୍ବରୁ ଝିଅକୁ ୧୦ ବର୍ଷ ହେବା ପରେ ସେ ଏହି ଆକାଉଣ୍ଟକୁ ଚଲାଇ ପାରିବାର ନିୟମ ରହିଥିଲା । କିନ୍ତୁ ନୂତନ ନିୟମ ଅନୁଯାୟୀ ଝିଅକୁ ୧୮ ବର୍ଷ ବୟସ ହେବା ପୂର୍ବରୁ ସେ ଏହି ଆକାଉଣ୍ଟକୁ ଚଲାଇ ପାରିବେ ନାହିଁ ।

ତୃତୀୟ ଝିଅର ମଧ୍ୟ ଖୋଲିପାରିବେ ଆକାଉଣ୍ଟ:

ପୂର୍ବ ଯୋଜନାରେ ୮୦ସି ଅଧୀନରେ ଟ୍ୟାକ୍ସ ଛାଡର ଲାଭ କେବଳ ଦୁଇ ଝିଅଙ୍କ ଆକାଉଣ୍ଟରେ ଉପଲବ୍ଧ ଥିଲା । କିନ୍ତୁ ନଆ ନିୟମରେ ଯଦି ଗୋଟିଏ ଝିଅ ପରେ ଦୁଇଟି ଯାଆଁଳା ଝିଅ ଜନ୍ମ ହୁଅନ୍ତି ତେବେ ଉଭୟଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିବାର ବ୍ୟବସ୍ଥା ଅଛି ।

ଡିଫଲ୍ଟ ଆକାଉଣ୍ଟରେ ସୁଧହାର ପରିବର୍ତ୍ତନ ହେବ ନାହିଁ:

ଏହା ଅଧୀନରେ ଅତିକମରେ ବାର୍ଷିକ ୨୫୦ ଟଙ୍କା ଜମା କରିବା ଆବଶ୍ୟକ । ନଚେତ୍ ଆକାଉଣ୍ଟକୁ ଡିଫଲ୍ଟ ଭାବରେ ବିବେଚନା କରାଯାଏ । କିନ୍ତୁ ନୂତନ ନିୟମ ଅନୁଯାୟୀ ଯଦି ଆକାଉଣ୍ଟକୁ ପୂନର୍ବାର ଆକ୍ଟିଭ କରାଯାଏ ନାହିଁ ତେବେ ମ୍ୟାଚୁରିଟି ହେବା ପର୍ଯ୍ୟନ୍ତ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ପ୍ରଯୁଜ୍ୟ ହାରରେ ସୁଧ ସଂଗ୍ରହ ଜାରି ରହିବ ।

Get real time updates directly on you device, subscribe now.