fbpx

ଓମେନ୍ ବିଗ୍ ବାଶ୍ ଲିଗ୍ ୨୦୨୧: ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇ ଇତିହାସ ରଚିଲେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବରେ ବିଗ ବାଶରେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ହେବାର କୃତିତ୍ୱ ହାସଲ କରିଛନ୍ତି । ବିଗବାଶକୁ ୨ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ହରମନପ୍ରୀତ ଚମକ୍ରାର ଅଲରାଉଣ୍ଡ ପ୍ରଦର୍ଶନ କରିବା ସହିତ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ମେଲବୋର୍ଣ୍ଣ ରେନେଗ୍ରେଡସ ପକ୍ଷରୁ ଖେଳୁଥିବା ହରମନ ୧୧ଟି ମ୍ୟାଚରୁ ୩୯୯ ରନ ସଂଗ୍ରହ କରିଥିବା ବେଳେ ବୋଲିଂରେ ୧୫ଟି ୱିକେଟ ମଧ୍ୟ ନେଇଛନ୍ତି । ହରମନଙ୍କ ବ୍ୟାଟିଂ ଆଭରେଜ ୬୬.୫୦ ରହିଥିବା ବେଳେ ବୋଲିଂରେ ୭.୪୬ ଇକୋନୋମୀ ରହିଛି । ସେହିପରି ଛକା ମାରିବାରେ ରେକର୍ଡ କରିଥିବା ଭାରତୀୟ ଅଧିନାୟିକା ବର୍ତ୍ତମାନ ସୁଦ୍ଧା ୧୮ଟି ଛକା ମାରି ସାରିଲେଣି ।
ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପାଇଁ ହୋଇଥିବା ଭୋଟିଂରେ କୌରଙ୍କୁ ୩୧ଟି ଭୋଟ ମିଳିଛି । ପର୍ଥ ସ୍କଚର୍ସର ଦୁଇ ଖେଳାଳି ସୋଫି ଡିଭାଇନ ଏବଂ ବେଥ୍ ମୁନି ୨୮ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗ୍ରେସ ହାରିସ ୨୫ ଭୋଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୨୪ଟି ଲେଖାଁ ଭୋଟ ସହିତ ଜର୍ଜିଆ ରେଡମେନ୍ ଏବଂ ମିଗ୍ନନ ଡୁ ପ୍ରିଜ୍ ୫ମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.