fbpx

ମିସ୍ ଇଣ୍ଡିଆ ୨୦୨୧ କ୍ରାଉନ ମୁକୁଟ ପିନ୍ଧି ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ

ପୁଣି ଚମିଲେ ଓଡ଼ିଆ ଝିଅ । ମିସ ଇଣ୍ଡିଆ ୨୦୨୧ କ୍ରାଉନର ମୁକୁଟ ପିନ୍ଧି ରାଜ୍ୟ ପାଇଁ ଆଣିଲେ ଗୌରବ । ରାଜ୍ୟ ବାହାରେ ଅନୁଷ୍ଠିତ ମିିସ୍ ଇଣ୍ଡିଆ ୨୦୨୧ କ୍ରାଉନରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ପାଇଲେ ଭଦ୍ରକ ତିହିଡିର ଶୁଭଶ୍ରୀ ବେହେରା ।

ଜିରୋନ ପ୍ରଡକ୍ସନ ହାଉସ ପକ୍ଷରୁ ଡେରାଡୁନରେ ଅନୁଷ୍ଠିତ ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଶୁଭଶ୍ରୀ । ଭଦ୍ରକ ମାଟିର ଝିଅ ଶୁଭଶ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୯୦ ଜଣ ପ୍ରତିଯୋଗୀଙ୍କଠାରୁ ଜିତିବା ସହ ଜିଲ୍ଲା ତଥା ଓଡ଼ିଶା ମାଟିର ନାଁ ରଖିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସେ ଏକା ଅଂଶଗ୍ରହଣ କରିଥିବାବେଳେ ତାଙ୍କର ଏପରି ସଫଳତାରେ ପରିବାର ଖୁବ୍ ଖୁସି ହେବା ସହ ଚାରିଆଡୁ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ରହୁଥିବା ଶୁଭଶ୍ରୀ ବର୍ତ୍ତମାନ ମହର୍ଷି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ, ପିଲାବେଳୁ ଡ୍ୟାନ୍ସ ଓ ସଙ୍ଗୀତ ଏବଂ ମଡଲିଂ ପ୍ରତି ରୁଚି ରହିଛି ତାଙ୍କର । ଏହି ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଶୁଭଶ୍ରୀ । ତାଙ୍କ ସଫଳତାର ଶ୍ରେୟ ପରିବାର ଏବଂ ଶିକ୍ଷକଙ୍କୁ ଦେଇଥିବାବେଳେ ଆଗକୁ ମଡେଲିଂ ସହ ଅଭିନୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.