fbpx

ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ପାରିବାରିକ ବିବାଦ ବଢିବାରେ ଲାଗିଛି । ଦୁହିଁଙ୍କ ଝଗଡ ହାଇକୋର୍ଟରୁ ଆରମ୍ଭ ହୋଇ ସୁପ୍ରିକକୋର୍ଟରେ ପହଞ୍ଚିଥିବା ବେଳେ ଆଜି ଅନୁଭବ ମହାନ୍ତିଙ୍କ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ପୋଟିସ୍ ପଠାଯାଇଛି । ଅନୁଭବ ଓ ତାଙ୍କ ବାପା, ମା’ଙ୍କୁ ମହିଳା କମିଶନଙ୍କ ନିକଟରୁ ନୋଟିସ ହୋଇଛି । କମିଶନରେ ହାଜର ହେବାକୁ ସମସ୍ତ ୩ ଜଣଙ୍କୁ ଏହି ନୋଟିସ ପଠାଯାଇଥିବା ଜଣାପଡିଛି । ଆସନ୍ତା ୨୯ ତାରିଖରେ ହାଜର ହେବାକୁ ୩ ଜଣଙ୍କୁ ପୋଟିସ ପଠାଯାଇଛି । ତେବେ ୩ ଜଣଙ୍କୁ ନୋଟିସ ହୋଇଥିବା ମହିଳା କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ନିକଟରେ ବର୍ଷା ମହିଳା କମିଶନରଙ୍କ ନିକଟରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.