fbpx
BJD
BJD SKY
BJD SKY

ମଇ ୨୪ରୁ ମହିଳା ଟି-୨୦ ଚାଲେଞ୍ଜର୍ସ,୩ ଦିନ ଧରି ଲକ୍ଷ୍ନୌରେ ଖେଳା ଯିବ : ଗାଙ୍ଗୁଲି

ଲକ୍ଷ୍ନୌ : ୨୦୨୨ରେ ମହିଳା ଟି- ୨୦ ଚାଲେଞ୍ଜର୍ସ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର ସ୍ପଷ୍ଟ କରିଛନ୍ତି । ମଇ ୨୪ରୁ ୨୮ ଯାଏଁ ଲକ୍ଷ୍ନୌ ଠାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ମୁଖ୍ୟତଃ ତିନୋଟି ଟିମ୍‌ ମଧ୍ୟରେ ଖେଳାଯିବ । ବୋର୍ଡର ଆପେକ୍ସ କାଉନ୍‌ସିଲ୍‌ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି ।

ମହିଳା ଟି-୨୦ ଚାଲେଞ୍ଜର୍ସ ହେଉଛି ଏକ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଯାହା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୧ ମସିହାରେ କରୋନା କଟକଣା ଯୋଗୁଁ ଏହା ଅନୁଷ୍ଠିତ କରିବା ସମ୍ଭବପର ହୋଇନଥିଲା । ଆଇପିଏଲ୍‌ ସୁପର୍ଣ୍ଣୋଭାସ୍‌ ଦୁଇଥର ଟାଇଟଲ ହାସଲ କରିଥିବାବେଳେ ଆଇପିଏଲ୍‌ ଟ୍ରେଲବ୍ଲାଜର୍ସ ଡିଫେଣ୍ଡିଂ ଚାମ୍ପିୟନ୍‌ ହେବାକୁ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ଆଇପିଏଲ୍‌ ଭେଲୋସିଟି ୨୦୧୯ରେ ରନର୍ସ ଅପ୍‌ ହୋଇଥିଲା । ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳି ଏହାକୁ ମହିଳା ଆଇପିଏଲ୍‌ କରିବାକୁ ଯୁକ୍ତି ବାଢ଼ିଥିବାବେଳେ ବିସିସିଆଇ ୨୦୨୩ ମସିହାରେ ମହିଳା ଟି-୨୦ ଆଇପିଏଲ୍‌ ଅନୁଷ୍ଠିତ କରିବାକୁ ଯୋଜନା ରଖିଛି ବୋଲି ଗାଙ୍ଗୁଲି କହିଛନ୍ତି ।

Get real time updates directly on you device, subscribe now.