fbpx

କାଙ୍ଗାଳ ପାକିସ୍ତାନକୁ ଝଟ୍‌କା; ୯କୋଟି ଗରିବ ଲୋକଙ୍କ ପାଇଁ ଆସିଲା ଖରାପ ଖବର, କ’ଣ କହିଲା ବିଶ୍ୱବ୍ୟାଙ୍କ ଜାଣିନିଅନ୍ତୁ

ନୂଆଦିଲ୍ଲୀ:ପାକିସ୍ତାନ ଏବେ ସବୁଠାରୁ ଭୟାନକ ଆର୍ଥିକ ସଂକଟ ଦେଇ ଗତି କରୁଛି ଯାହା ଦେଶ ସୃଷ୍ଟି ହେବା ପରଠାରୁ ଦେଶ କେବେ ବି ଦେଖି ନ ଥିଲା । ଦେଶରେ ଗରିବଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଚେତାଇ ଦେଇ କହିଛି ଗତ ଆର୍ଥିକ ବର୍ଷରେ ପାକିସ୍ତାନରେ ଗରିବଙ୍କ ହାର ବୃଦ୍ଧି ପାଇ ୩୯.୪ ପ୍ରତିଶତରେ ପହଞ୍ଚିଯାଇଛି । ଦେଶର ୧.୨୫ କୋଟି ଜନତା ଗରିବୀ ସୀମାରେଖା ମଧ୍ୟକୁ ଆସିଯାଇଛନ୍ତି ।

ବିିଶ୍ୱବ୍ୟାଙ୍କ ପାକିସ୍ତାନରେ ଗରିବୀର ଯେଉଁ ହାର ଦର୍ଶାଇଛି ସେଥିରୁ ସ୍ପଷ୍ଟ ହେଉଛି ସେଠାରେ ଦେଶବାସୀଙ୍କ ଅବସ୍ଥା କିପରି ଥିବ । ଏକ ବର୍ଷ ମଧ୍ୟରେ ଏଠାରେ ଗରିବୀ ୩୪.୨ରୁ ବୃଦ୍ଧି ପାଇ ୩୯.୪ରେ ପହଞ୍ଚିଯାଇଛି । ଏହା ସହିତ ଦେଶରେ ୧.୨୫ କୋଟି ଲୋକ ଗରିବୀ ରେଖା ତଳକୁ ଆସିଯାଇଥିବା ବେଳେ ଦେଶରେ ମୋଟ ଗରିବଙ୍କ ସଂଖ୍ୟା ୯.୫ କୋଟି ଛୁଇଁଛି ।

ବିଶ୍ୱବ୍ୟାଙ୍କ ପକ୍ଷରୁ ଆଗାମୀ ସରକାରଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ଏକ ଡ୍ରାଫ୍ଟ ପଲିସିର ଅନାବରଣ କରାଯାଇ ସ୍ଥିତିକୁ ସୁଧାରିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି । ବିଶ୍ୱବ୍ୟାଙ୍କ କହିଛି ଦେଶର ସ୍ଥିତି ଏବେ ଯେପରି ହୋଇଛି ସରକାର ତୁରନ୍ତ ଏହାକୁ ସୁଧାରିବା ଦିଗରେ ପଦକ୍ଷେପ ନେବା ଉଚିତ ।

Get real time updates directly on you device, subscribe now.