ମିଠା ମିଠା ଛେନାପୋଡ଼… ଓଡ଼ିଶାର ଗୌରବ, ଜନ୍ମସ୍ଥାନ ନୟାଗଡ଼
ମିଠା ଭିତରେ ରାଜା ଛେନାପୋଡ଼ । ପିଲାଟାରୁ ବୁଢ଼ା ସଭିଁଏ ୟା ପଛରେ ପାଗଳ ।
ଓଡ଼ିଶା ଭାସ୍କର: ମିଠା ଭିତରେ ରାଜା ଛେନାପୋଡ଼ । ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଲୋକଙ୍କ ଏହି ମିଠା ବେଶ୍ ପସନ୍ଦ । ଛେନା, ଚିନି, ଗୁଜୁରାତି ଏହି ସାମାନ୍ୟ ସାମଗ୍ରୀରେ ତିଆରି ହେଉଥିବା ମିଠା ଛେନାପୋଡ଼ ଏବେ ରାଜ୍ୟ ବାହାରେ ମଧ୍ୟ ବେଶ୍ ଆଦୃତ ।
ଅଧିକାଂଶ ଲୋକ ଛେନାପୋଡ଼କୁ ମିଠା କହୁଥିବାବେଳେ ଆଉ କିଛି ଏହାକୁ ପିଠା ବୋଲି କହିଥାନ୍ତି । ପାଟି ସୁଆଦିଆ କରୁଥିବା ଏହି ମିଠା ବେଶ୍ ଲୋକପ୍ରିୟତା ସାଉଁଟି ପାରିଛି ।
ଆଜି ହେଉଛି ବିଶ୍ୱ ଛେନା ପୋଡ଼ ଦିବସ । ମିଠା ଭିତରେ ରାଜା ବୋଲାଯାଉଥିବା ଛେନା ପୋଡ଼ର ଉତ୍ପତିସ୍ଥଳ ହେଉଛି ଦଶପଲ୍ଲା । ନୟାଗଡ଼ ଦଶପଲ୍ଲାର ସୁଦର୍ଶନ ସାହୁ ଓ ବାପା ବିଦ୍ୟାଧର ସାହୁ ହେଉଛନ୍ତି ଛୋନାପୋଡ଼ର ଶ୍ରଷ୍ଟା ।
ଛୋନାଫୋଡ଼କୁ ନେଇ ଲୋକ କଥା ମଧ୍ୟ ରହିଛି । ଛେନାପୋଡ଼ ତିଆରି କରିବା ସରଳ କିନ୍ତୁ ତା’ର ଭାଗମାପ ଜାଣିବା ଜରୁରୀ । ପିଲାଠାରୁ ବୁଢ଼ା ସମସ୍ତେ ଏହି ମିଠା ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି ।
ଦେହ ପାଇଁ ମଧ୍ୟ ଏହା ବେଶ୍ ହେଲଦି । କାରଣ ଛେନା, ଚିନି ବା ଗୁଡ଼ ଛଡ଼ଶ ଏଥିରେ ଆଉ କୌଣସି ସାମଗ୍ରୀ ବ୍ୟବହାର କରାଯାଏ ନାହିଁ । ବାସ୍ନା ପାଇଁ ଏଥିରେ ଗୁଜୁରାତି ଗୁଣ୍ଡ ମିଶାଯାଏ ।
୨୦୨୨ରୁ ବିଶ୍ୱ ଛେନା ପୋଡ଼ ଦିବସ ପାଳନ କରାଯାଉଛି । ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ହିଁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ ।