fbpx
BJD SKY
BJD SKY

(video)ସମୁଦ୍ରରେ ୧୫ ଫୁଟ ଗଭୀରରେ ଆୟୋଜିତ ହୋଇଥିଲା ଏହି ସରକାରର କ୍ୟାବିନେଟ୍ ବୈଠକ, ବିଶ୍ୱବ୍ୟାପି ଭିଡିଓ ହୋଇଥିଲା ଭାଇରାଲ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ସମୁଦ୍ରରେ ଡାଇଭିଂ କରିବା ସହ ଲୋକଙ୍କୁ ସେଠାକୁ ବୁଲି ଯିବାକୁ ନିବେଦନ କରିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ମାଳଦ୍ୱୀପର ମନ୍ତ୍ରୀଙ୍କୁ ଏପରି ଖଟକା ଲାଗିଥିଲା କି ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ବକ୍ତବ୍ୟ ଦେଇଥିଲେ । ଫଳରେ ଭାରତରେ #BycottMaldives ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ କରିବାରେ ଲାଗିଲା । ଚାପରେ ଆସି ମାଳଦ୍ୱୀପ ସରକାର ସେହି ମନ୍ତ୍ରୀ ଓ ନେତାଙ୍କୁ ବରଖାସ୍ତ କରିଦେଲେ । ଏହାପରେ ବି ଲୋକଙ୍କ ରାଗ ଥମିବାର ନାଁ ଧରୁନାହିଁ । ସଚିନ ତେନ୍ଦୁଲକର, ଅକ୍ଷୟ କୁମାର, କଙ୍ଗନା ରନୌତ, ସୁରେଶ ରୈନାଙ୍କ ସହ ବହୁ ସେଲିବ୍ରିଟି ଇଣ୍ଡିଆ ଫାଷ୍ଟର କଥା କହିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ମାଳଦ୍ୱୀପରେ ଏକଦା ସମୁଦ୍ର ମଧ୍ୟରେ କ୍ୟାବିନେଟ୍ ବୈଠକ ବସିଥିଲା ବୋଲି । ପୁରା ସରକାର ୩୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ରହିଥିଲା । କାରଣ ଜାଣି ଆପଣ ବି ଚକିତ ହୋଇଯିବେ ।

ଘଟଣା ଅକ୍ଟୋବର ୨୦୦୯ ସମୟର । ବିଶ୍ୱ ତାପାୟନ ବୃଦ୍ଧି କାରଣରୁ ମାଳଦ୍ୱୀପ ପରି ରାଷ୍ଟରେ ଅସ୍ତିତ୍ୱର ସଂକଟ ସୃଷ୍ଟି ହୋଇଥିଲା । ଏହା ପୁରା ସମୁଦ୍ରରେ ଲୀନ ହୋଇଯିବାର ବିପଦ ଦେଖାଦେଇଥିଲା । କାରଣ ମାଳଦ୍ୱୀପର ଅଧିକାଂଶ ଭାଗ ସମୁଦ୍ର ପତ୍ତନ ଠାରୁ ମାତ୍ର ୧ ମିଟର ଉଚ୍ଚରେ ରହିଛି । ବୈଜ୍ଞାନିକଙ୍କ ଅନୁମାନ କି ବର୍ଷ ୨୧୦୦ସୁଦ୍ଧା ଦେଶ ସମୁଦ୍ରରେ ବିଲୀନ ହୋଇଯିବ । ବିପଦ ଏତେମାତ୍ରାରେ ବୃଦ୍ଧି ପାଇଥିଲା କି ପ୍ରତିବର୍ଷ ଏହାର କିଛି ନା କିଛି ଅଂଶ ସମୁଦ୍ରରେ ବିଲୁପ୍ତ ହେବାକୁ ବସିଛି ।

ତାପମାତ୍ରା ବଢୁଥିବା କାରଣରୁ ବରଫ ତରଳିବାର ସଙ୍କଟ ଆହୁରି ବଢିବାରେ ଲାଗିଛି । ଫଳରେ ନିଜକୁ ଏହି ସଂକଟରୁ ରକ୍ଷା କରିବା ପାଇଁ ଓ ଦୁନିଆକୁ ଏହି ସଂକଟ ବିଷୟରେ ଚେତାବନୀ ଦେବାକୁ ଏଠିକାର ସରକାର ଅଦ୍ଭୁତ ନିଷ୍ପତ୍ତି ନେଇଥିଲେ । ୧୯ ଅକ୍ଟୋବର ୨୦୦୯ରେ ମାଳଦ୍ୱୀପର ପୁରା ସରକାର ସମୁଦ୍ର ପାଣି ଭିତରେ ବୈଠକ କରାଇଥିଲେ । ଏହି ବୈଠକ ପୁରା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।

ମାଳଦ୍ୱୀପର ରାଷ୍ଟ୍ରପତି ମୋହମ୍ମଦ ନଶୀଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍ ବୈଠକରେ ୧୧ ମନ୍ତ୍ରୀ ଓ କ୍ୟାବିନେଟ୍ ସଚିବ ସାମିଲ ହୋଇଥିଲେ । ବୈଠକ ପାଣିରେ ୧୫ ଫୁଟ ତଳେ ଆୟୋଜିତ ହୋଇଥିଲା । ସମସ୍ତ ମନ୍ତ୍ରୀ ଏକ ଫାଇଲରେ ଦସ୍ତଖତ କରିଥିଲେ ଯେଉଁଥିରେ ବିଶ୍ୱର ସବୁ ଦେଶ ବିଷାକ୍ତ ଗ୍ୟାସ ଉତ୍ସର୍ଜନ ହ୍ରାସ କରିବାକୁ ଦାବୀ କରାଯାଇଥିଲା । ଏହି ସମୟରେ ସମସ୍ତେ କଳା ରଙ୍ଗର ଡାଇଭିଂ ସୁଟ୍ ଓ ଅମ୍ଳଜାନ ମାସ୍କ ପିନ୍ଧିଥିଲେ ।

Get real time updates directly on you device, subscribe now.