fbpx

ନୀରଜ ଚୋପ୍ରାଙ୍କୁ ଏଏଫ୍‌ଆଇ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ: ଏଣିକି ପ୍ରତିବର୍ଷ ଅଗଷ୍ଟ ୭ରେ ପାଳିତ ହେବ ଜାଭେଲିନ୍‌ ଦିବସ

ନୂଆଦିଲ୍ଳୀ: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଭାରତକୁ ଗୌରାବନ୍ୱିତ କରିଥିବା ଜାଭେଲିନ ଥ୍ରୋର ନୀରଜ ଚୋପ୍ରାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଦିନ ଦେଶରେ ଜାଭେଲିନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଅ।। (ଏଏଫଆଇ) ନିଷ୍ପତ୍ତି ନେଇଛି । କାରଣ ନୀରଜ ଅଗଷ୍ଟ ୭ ତାରିଖ ଦିନ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଅଲିମ୍ପିକ୍‌ କ୍ରୀଡାରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଆଥଲେଟ୍‌ ଆଥଲେଟିକ୍ସ ଇଭେଣ୍ଟରେ ପ୍ରଥମ ଜିତି ପାରିନଥିବା ବେଳେ ନୀରଜ ଏହି ପରମ୍ପରାକୁ ଭାଙ୍ଗି ଭାରତ ପାଇଁ ଅର୍ଜନ କରିଛନ୍ତି ଐତିହାସିକ ସଫଳତା । ତେଶୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଦିନକୁ ଜାତୀୟ ଜାଭେଲିନ ଦିବସ ଭାବେ ପାଳନ କରିବାକୁ ଆଥଲେଟିକସ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ମଙ୍ଗଳ ବାର ଦିନ ଘୋଷଣା କରିଛନ୍ତି ଏହି ସଂସ୍ଥାର ପ୍ଲାନିଂ କମିଶନ ଅଧ୍ୟକ୍ଷ ଲଳିତ ଭାନଟ । ତେବେ ଏହି ନିଷ୍ପତ୍ତିରେ ସନ୍ତୋଷ ପ୍ରକାଶ କରି ନୀରଜ କହିଛନ୍ତି ଯେ ବାସ୍ତବିକ ମୋ ଅଲିମ୍ପିକ୍‌ ସଫଳତା ପାଇଁ ଏହା ଅତି ବଡ ସମ୍ମାନ ଓ ସ୍ୱିକୃତି ।

Get real time updates directly on you device, subscribe now.