fbpx

ବିନା କପଡ଼ାରେ ଶୋଇଲେ ମିଳିଥାଏ ଏଭଳି ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ନିଦ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଦୈନିକ ୬-୭ ଘଣ୍ଟା ଶୋଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ବିନା କପଡାରେ ଶୋଇବା ମଧ୍ୟ ଆମ ଶରୀରକୁ ଢେର ସାରା ଫାଇଦା ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ବିନା କପଡାରେ ଶୋଇବା ଦ୍ୱାରା କଣ ଫାଇଦା ମିଳିଥାଏ ।

ଶାନ୍ତିରେ ଶୋଇବା ପାଇଁ ଆମ ଶରୀରର ତାପମାତ୍ରା ବେଶ ଗୁରୁତ୍ୱ ବହନ କରିଥାଏ । ୬୬-୭୦ ଡିଗ୍ରୀ ଫାରେନହିଟ୍ ତାପମାତ୍ରା ନିଦ ଆସିବା ପାଇଁ ସବୁଠାରୁ ଉପଯୋଗୀ ରହିଥାଏ । ସ୍ଲିପ୍ ଫାଉଣ୍ଡେସନ ଅନୁଯାୟୀ ଖାଲି ଦେହରେ ଶୋଇବା ଦ୍ୱାରା ଏହି ତାପମାତ୍ରା ଆମେ ସହଜରେ ହାସଲ କରିଥାଉ । ଫଳରେ ଶାନ୍ତିରେ ନିଦ ହୋଇଥାଏ ।

ମହିଳା ମାନେ ବିନା କପଡାରେ ଶୋଇବା ଦ୍ୱାରା କେଣ୍ଡିଡା ଇନଫେକ୍ସନ(ଜଂଘର ସଂକ୍ରମଣ) ହୋଇନଥାଏ । ବିନା କପଡାରେ ଶୋଇବା ଦ୍ୱାରା ବାୟୁ ଚଳାଚଳ କାରଣରୁ ଏଭଳି ହୋଇଥାଏ ବୋଲି କୁହାଯାଇଛି ।
ସେହିପରି ପୁରୁଷ ମାନେ ଅଣ୍ଡର ୱିୟର ଅଧିକ ସମୟ ପିନ୍ଧିବା ଦ୍ୱାରା ଶୁକ୍ରାଣୁର ଗୁଣବତ୍ତା ଖରାପ ହୋଇଥାଏ । ତେଣୁ ଶୋଇବା ସମୟରେ ବିନା କପଡାରେ ଶୋଇଲେ ଏ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିନଥାଏ ।
ଏହା ବ୍ୟତିତ ଆପଣଙ୍କ ତ୍ୱଚା ଠିକ୍ ରହିଥାଏ, ଓଜନ ମଧ୍ୟ କମ୍ ହୋଇଥାଏ । ଏହା ବାଦ ରିସର୍ଚ୍ଚରୁ ଜଣାପଡିଛି କି ଏପରି ଶୋଇବା ଦ୍ୱାରା ଆତ୍ମସମ୍ମାନରେ ମଧ୍ୟ ବୃଦ୍ଧି ଘଟିଥାଏ ।

Get real time updates directly on you device, subscribe now.