fbpx

ବିଶ୍ୱର ସବୁଠାରୁ ମହଙ୍ଗା ଟମାଟୋ ଯାହା ସୁନା ଠାରୁ ବି ଅଧିକ ମୂଲ୍ୟବାନ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ

Advertisement

ନୂଆଦିଲ୍ଲୀ:ଏବେ ସାରା ଦେଶରେ ଟମାଟୋର ଉଚ୍ଚା ଦରକୁ ନେଇ ଚର୍ଚ୍ଚା ଜାରି ରହିଛି । କିଲୋ ପିଛା ୨୦ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଥିବା ଟମାଟୋ ଏବେ ୧୫୦ ଟଙ୍କା ଛୁଇଁଲାଣି । କିନ୍ତୁ ଏଠି ଆମେ ଦୁନିଆର ସବୁଠାରୁ ମହଙ୍ଗା ଟମାଟୋ ବିଷୟରେ କହିବାକୁ ଯାଉଛୁ । ଏହି ଟମାଟୋ ବିହନର  କେଜି ପ୍ରତି ମୂଲ୍ୟ ୩ କୋଟି ।
ଫ୍ରାନ୍ସର ହେଜେରା ଜେନେଟିକ୍ସ ଏପରି ଟମାଟୋ ବିହନ ବିକ୍ରୀ କରୁଛି ଯାହା ସୁନା ଠାରୁ ବି ଅଧିକ ମୂଲ୍ୟବାନ । ଏହି ସ୍ପେିସିଆଲ୍ ସମର ସନ୍ ଟମାଟୋ ୟୁରୋପୀୟ ବଜାରରେ ଆଶ୍ଚର୍ଯ୍ୟଜନକ ଦାମ୍ ରେ ବିକ୍ରୀ ହୋଇଥାଏ । ଏହି ମହଙ୍ଗା ଟମାଟୋ ବିହନର ଏକ କିଲୋଗ୍ରାମ ପ୍ୟାକେଟର ମୂଲ୍ୟ ପ୍ରାୟ ୩ କୋଟି । ଏହି ମୂଲ୍ୟରେ ଆପଣ ସହଜରେ ସୁନା କ୍ରୟ କରିପାରିବେ ।
ଗୋଟିଏ ମାତ୍ର ମଞ୍ଜିରୁ ୨୦ କିଲୋ ଟମାଟୋ:
ତେବେ ଏହାର ଦାମ୍ ଏପରି ଆଶ୍ଚର୍ଯ୍ୟଜନକ ଭାବରେ ଅଧିକ ରହିବା ପଛରେ କିଛି କାରଣ ବି ରହିଛି । ଏହାର ଗୋଟିଏ ମାତ୍ର ମଞ୍ଜିରୁ ଆପଣ ୨୦ କିଲୋ ଟମାଟୋ ଉତ୍ପାଦନ କରିପାରିବେ । ତେବେ ଏହି ଟମାଟୋରେ ମଞ୍ଜି ରହୁ ନ ଥିବାରୁ କୃଷକ ପ୍ରତିବର୍ଷ ନୂଆ ମଞ୍ଜି କ୍ରୟ କରିଥାଏ ।
ଅସାଧାରଣ ସ୍ୱାଦ:
ଏହି ଟମାଟୋ ଏହାର ଅସାଧାରଣ ସ୍ୱାଦ ଲାଗି ପ୍ରସିଦ୍ଧ । ଥରେ ଏହାର ସ୍ୱାଦ ଚାଖିିନେଲେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ । ହେଜେରା ଜେନେଟିକ୍ସ ସର୍ବୋତ୍ତମ ଟମାଟୋ ମଞ୍ଜି ତିଆରି କରିବା ଦିଗରେ କାର୍ଯ୍ୟ କରିଥାଏ । ଏହି ଲକ୍ଷ୍ୟ ପୂରଣ ଲାଗି ହେଜେରା ଉଚ୍ଚତର ଗବେଷଣା, ପ୍ରୋସେସିଂ, ଉତ୍ପାଦନ ଓ ଗୁଣବତ୍ତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ଏହାଦ୍ୱାରା ଗ୍ରାହକ ଓ କର୍ମଚାରୀ ଉଭୟଙ୍କୁ ଫାଇଦା ହୋଇଥାଏ । ହାଜେରାର ଲକ୍ଷ୍ୟ ଉତ୍ପାଦକ ଓ କୃଷକ ଉଭୟଙ୍କ ଲାଗି ନୂତନ କିସମର ମଞ୍ଜି ଉତ୍ପାଦନ କରିବା । ମଞ୍ଜି ଉତ୍ପାଦନ ପରେ ଏହା ଜଟିଳ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ କରିଥାଏ । ଏହି ଟେଷ୍ଟରେ ପାସ୍ ହୋଇଗଲା ପରେ ମଞ୍ଜିକୁ ଡେଲିଭରୀ ଲାଗି ପ୍ରୋସେସିଂ କରାଯାଏ ।

Get real time updates directly on you device, subscribe now.