fbpx

ଟି-୨୦ ବିଶ୍ୱକପ୍ : ନେପାଳକୁ ଏକ ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

AAKASH

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପର ୩୧ ତମ କ୍ରିକେଟ ମ୍ୟାଚରେ ନେପାଳକୁ ୧ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ହରାଇ ୧୧୫ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟ୍ସମ୍ୟାନ୍ ରିଜା ହେଣ୍ଡ୍ରିକ୍ସ ଦଳ ପକ୍ଷରୁ ୪୯ ବଲ୍ ରେ ସର୍ବାଧିକ ୪୩ ରନ୍ କରିଥିଲେ ।

ସେହିପରି ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲର ତବ୍ରେଜ୍ ଶାମ୍ସି ୪ ଓଭରରେ ୧୯ ରନ୍ ଦେଇ ୪ ଟି ୱିକେଟ୍ ନେଇଥିଲେ । ଶମସୀଙ୍କୁ ‘ପ୍ଲେୟର୍ ଅଫ୍ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୧୫ ରନ୍ ର ପିଛା କରୁଥିବା ନେପାଳ ଦଳ ୨୦ ଓଭରରେ ମାତ୍ର ୧୧୪ ରନ୍ କରିପାରିଥିଲା ।

ଶେଷ ଓଭରରେ ନେପାଳକୁ ବିଜୟ ପାଇଁ ୮ ରନ୍ ଦରକାର ଥିଲା । କିନ୍ତୁ ନେପାଳ ଦଳ ମାତ୍ର ୬ ରନ୍ କରିପାରିଥିଲା । ଦକ୍ଷିଣ ଆଫ୍ରିକା ଗ୍ରୁପ୍ ର ୪ ଟି ଯାକ ମ୍ୟାଚ୍ ଜିତି ସୁପର ଏଇଟ୍ ରେ ପହଞ୍ଚିଛି ।

Get real time updates directly on you device, subscribe now.