fbpx

ପାଣିରେ ଉଡ଼ିବ ବିଶ୍ୱର ପ୍ରଥମ ଉଦଯାନ ଚାଳିତ ଉଡ଼ନ୍ତା ବୋଟ୍

ବିଶ୍ୱର ପ୍ରଥମ ଉଦଯାନ ଚାଳିତ ଉଡ଼ନ୍ତା ବୋଟ୍ ଜଳ ପୃଷ୍ଠର ୩ଫୁଟ୍ ଉପରେ ଉଡ଼ାଣ କରିବ । ଆସନ୍ତା ବର୍ଷ ଦୁବାଇରେ ଏହାର ନିର୍ମାଣ ହେବ ବୋଲି ଅଧିକାରୀମାନେ ଘୋଷଣା କରିଛନ୍ତି । ବୋଟ୍ର ନାଁ ଦିଆଯାଇଛି ‘ଦ ଜେଟ୍’ । ଏହି ଉଡ଼ନ୍ତା ବୋଟ୍ ଦୁଇଟି ଉଦ୍ୟାନ ଇନ୍ଧନ କୋଷଦ୍ୱାରା ପରିଚାଳିତ ହେବ, ଯାହା କୌଣସି ଗ୍ୟାସ୍ ନିର୍ଗମନ କରିବ ନାହିଁ । ପାଣିର ଢେଉ ଉପରେ ଆରାମରେ ଗତି କରିବ ।

ଏହାର ସ୍ୱତନ୍ତ୍ର ପ୍ଲେଟରେ ଉଦଯାନ ଓ ଅମ୍ଳଜାନ ମିଶ୍ରଣ ଦ୍ୱାରା ଉଦଯାନ ଇନ୍ଧନ କୋଷ ବିଦ୍ୟୁତ୍ ଉତ୍ପନ୍ନ କରେ, ଯାହା ଅପେକ୍ଷାକୃତ ବଡ଼ ଇନ୍ଦନ କୋଷ ‘ଷ୍ଟାକ୍’ ସୃଷ୍ଟି ପାଇଁ ମିଶିଥାଆନ୍ତି । ଏହି ଜେଟ୍ ‘ହାଇଡ୍ରୋଫଏଲ୍ସ’ ମଧ୍ୟ ବ୍ୟବହାର କରେ । ଜେଟ୍ର ଲମ୍ବ ୩୨ ଫୁଟ ଓ ଓଜନ ୬ ଟନ୍ ହେବ । ପାଇଲଟ୍ ଓ ୧୨ ଯାତ୍ରୀଙ୍କୁ ନେବାରେ ଏହା ସକ୍ଷମ ।

ପାଣି ଉପରେ ଏହାର ବେଗ ପ୍ରତି ଘଣ୍ଟାରେ ୪୬ ମାଇଲ୍ ହେବ । ଯାନ ନିର୍ମାଣ ପାଇଁ ଜେଟ୍ର ଡିଜାଇନ୍ର ସ୍ୱିଜରଲ୍ୟାଣ୍ଡ୍ସ୍ଥିତ ଷ୍ଟାର୍ଟ-ଅପ୍ ‘ଦ ଜେଟ୍ ଜିରୋଏମିସନ୍’ ୟୁଏଇର ଜେନିଥ ମେରାଇନ୍ ସର୍ଭିସେସ୍ ସହିତ ଚୁକ୍ତି କରିଛି । ଆସନ୍ତା ବର୍ଷ ନଭେମ୍ବରକୁ ଏହାର ପ୍ରଥମ ପରୀକ୍ଷଣ ହେବ ।

Get real time updates directly on you device, subscribe now.