fbpx

ବିଶ୍ୱର ସବୁଠୁ ବଡ଼ ଜୀବାଣୁ ଆବିଷ୍କୃତ : ସାଧାରଣ ଜୀବାଣୁଠୁ ଏହା ୫ହଜାର ଗୁଣ ବଡ, ଯାହା ଖାଲି ଆଖିରେ ଦେଖି ହେବ…

ନୂୂଆଦିଲ୍ଲୀ: ସାଧାରଣତଃ ଆମେ ଜୀବାଣୁକୁ ଆଖିରେ ଦେଖି ପାରିବାନି । ଏହାକୁ ମାଇକ୍ରୋସ୍କୋପରେ ହିଁ ଦେଖିହେବ । ହେଲେ ଏବେ ଆଖିରେ ଦେଖାଗଲା ଭଳି ଜୀବାଣୁ ଆବିଷ୍କୃତ ହୋଇଛି । ସାଧାରଣ ଜୀବାଣୁଠାରୁ ଏହା ୫ହଜାର ଗୁଣରେ ବଡ ହୋଇଥିବାବେଳେ ଏହାର ଲମ୍ବ ପ୍ରାୟ ୨ ସେଣ୍ଟିମିଟର ବୋଲି କୁହାଯାଉଛି । ଏହା ଏକ ନୂତନ ପ୍ରଜାତିର ଜୀବାଣୁ । ଏହି ଏକ କୋଷୀ ବିଶିଷ୍ଟ ଜୀବାଣୁ ଏତେ ବଡ ଯେ, ଏହାକୁ ଏକ ସେଣ୍ଟିମିଟର ଲମ୍ବା ମଣିଷର ଆଖିତା ସହିତ ତୁଳନା କରାଯାଇପାରେ ।

ଲରେନ୍ସ ବରେଲି ନ୍ୟାସନାଲ ଲାବୋରେଟୋରୀର ଅନୁସନ୍ଧାନ ତଥା ସାମୁଦ୍ରିକ ଜୀବବିଜ୍ଞାନୀ ଜିନ୍‌-ମାରି ଭୋଲାଣ୍ଡ ଏହାକୁ ଆବିଷ୍କାର କରିଛନ୍ତି । ଥିଓମାରଗରିଟା ମ୍ୟାଗ୍ନିଫିକା ନାମକ ଏହି ଜୀବାଣୁ ପ୍ରଥମେ ଗୁଆଡେଲୁରେ ଥିବା ୟୁନିଭର୍ସିଟି ଡେସ୍‌ ଆଣ୍ଟିଲ୍ସର ସାମୁଦ୍ରିକ ଜୀବବିଜ୍ଞାନର ପ୍ରଫେସର ଅଲିଭର ଗ୍ରୋସ ଆବିଷ୍କାର କରିଥିଲେ । ଯେତେବେଳେ ସେମାନେ କାରିବିଆନ୍‌ ମ୍ୟାଙ୍ଗ୍ରୋଭ୍‌ ଜଳାଶୟରେ ଫସି ରହିଲେ ସେଠାରେ ଏହି ଜୀବାଣୁ ପାଇଥିଲେ । ପୂର୍ବରୁ ଏହାକୁ ଏକ ଇଉକାରିଓଟ୍‌ ଭାବରେ ବିବେଚନା କରାଯାଉଥିଲା । ଏଗୁଡ଼ିକ ହେଉଛି ଏକ ପ୍ରକାର କୋଷ ଯାହାକି ପଶୁ ଏବଂ ଉଦ୍ଭିଦ ତିଆରି କରିାରେ । କିନ୍ତୁ ଯେତେବେଳେ ଏହାକୁ ମାଇକ୍ରୋସ୍କୋପ୍‌ ତଳେ ଦେଖାଗଲା ଏହାର ଇଉକାରିଓଟିକ୍‌ ପରି କୋଷ ଦେଖାଯାଉନଥିଲା । ନ୍ୟୁକ୍ଲିୟସ୍‌ ଏବଂ ମାଇଟୋକଣ୍ଡ୍ରିଆ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ଅଧିକ ଅନୁସନ୍ଧାନ ପରେ ଏହା ଏକ ଜୀବାଣୁ ବୋଲି ଜଣାପଡିଥିଲା । ଅଧିକାଂଶ ଜୀବାଣୁ କୋଷଗୁଡ଼ିକ ଅତ୍ୟଧିକ ମାଇକ୍ରୋସ୍କୋପିକ୍‌, ଅର୍ଥାତ୍‌ ସେମାନଙ୍କର ଲମ୍ବ ପ୍ରାୟ ଦୁଇ ମାଇକ୍ରୋମିଟର । କେତେକ ବଡ଼ ଜୀବାଣୁ ପ୍ରାୟ ୧୦୦ ମାଇକ୍ରୋମିଟର ହୋଇପାରେ । କିନ୍ତୁ ଏହି ନୂତନ ପ୍ରଜାତିର ଜୀବାଣୁର ଲମ୍ବ ୨୦ ହଜାର ମାଇକ୍ରୋମିଟର, ଅର୍ଥାତ୍‌ ଦୁଇ ସେଣ୍ଟିମିଟର ଲମ୍ବ । ଏହି ଜୀବାଣୁ ମଧ୍ୟ ନଖ ପରି କଠିନ ହୋଇଥିବାବେଳେ ଏହା ମନୁଷ୍ୟ ପାଇଁ କୌଣସି ବିଦ ନଥିବା ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.