fbpx

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ସେନାର ୧୮ ଯବାନ ସହିଦ

ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ ମୃତକଙ୍କ ମଧ୍ୟରେ ଟେରିଟୋରିଆଲ ଆର୍ମିର ୧୮ ଜଣ ସୈନ୍ୟ ସହିଦ ହୋଇଛନ୍ତି । ମାଟିତଳେ ଆହୁରି ୫୫ ଜଣ ଫସି ରହିଥିବା ସୂଚନା ମିଳିଛି । ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଆଉ ୨/୩ ଦିନ ଲାଗିବ । ଭୂସ୍ଖଳନ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ମଣିପୁରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡିଥିଲା । ମଣିପୁରର ନୋନୀ ଜିଲ୍ଲାର ତୁପୁଲ ଲେୱେ ଷ୍ଟେସନରେ ଏଭଳି ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ଯବାନ ମଧ୍ୟ ଫସି ରହିଥିବା ଜଣାଯାଇଛି । ନିର୍ମାଣଧୀନ ଜିରିବାମ-ଇମ୍ଫାଲ ରେଲୱେ ଲାଇନର ସୁରକ୍ଷା ପାଇଁ ନିୟୋଜିତ ୧୦୭ ଟେରିଟୋରିୟାଲ ଆର୍ମିର ଏକ କମ୍ପାନୀ ମଧ୍ୟ ଏହା ମଧ୍ୟରେ ଫସି ରହିଛି ।

Get real time updates directly on you device, subscribe now.